ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର ସୁଯୋଗ ମିଳିଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି), ଅମିତ ରୋହିଦାସ (ପୁରୁଷ ହକି), ଦୀପଗ୍ରେସ ଏକ୍କା (ମହିଳା ହକି), ଦୂତି ଚାନ୍ଦ (ଆଥଲେଟିକ୍ସ) । ପୁରୁଷ ହକିରେ ପଦକ ଆଶାର ସମ୍ଭାବନା ଥିବା ବେଳେ ଦୂତି କିଛି କମାଲ କରିବେ ବୋଲି ଆଶା କରାଯାଉଛି ।
ଏ ପର୍ଯ୍ୟନ୍ତ ଓଡିଶାର ୧୪ ଜଣ ଅଲିମ୍ପିକ୍ସ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନେ ହେଲେ ଦିଲୀପ ତିର୍କି , ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ ଖାଲକୋ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ସୁନୀତ ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, କେ.ରବି କୁମାର । ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟରୁ କେବଳ ୟୁଥ ଅଲିମ୍ପିକ୍ସରେ ଓଡିଶାର ହକି ଟିମର ସଦସ୍ୟ ଭାବେ ସୁଦୀପ ଚିର୍ମାକୋ ପୋଡିୟମରେ ଛିଡା ହେବାର ଗୌରବ ଅର୍ଜନ କରିଛନ୍ତି । ୧୮୯୬ ଆଧୁନିକ ଅଲିମ୍ପିକ୍ସ ପରଠାରୁ ହକିରେ ୯ଜଣ, ଆଥଲେଟିକ୍ସରେ ୪ ଏବଂ ଭାରୋତୋଳନରେ ଜଣେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ମାଇକେଲ କିଣ୍ଡୋ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟ ଥିଲେ । ଝାଡଖଣ୍ଡ ଜନ୍ମିତ ଏହି ହକି ଖେଳାଳି ୧୯୭୭ରେ ଓଡିଶାକୁ ଆସିଥିଲେ । ସେଥିପାଇଁ ତାଙ୍କ ନାମ ସାମିଲ କରା ଯାଇନି । ଆଧୁନିକ ଅଲିମ୍ପିକ୍ସର ୧୦୦ ବର୍ଷ ପରେ ୧୯୯୬ରେ ପ୍ରଥମ ଓଡିଆ ଖେଳାଳି ଭାବେ ଦିଲିପ ତିର୍କି ଆଟଲାଂଟା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଇଭେଂଟରେ ରଚିତା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ ୨୦୦୦ ସିଡନୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ରଚିତା ୪ଗୁଣା ୧୦୦ରେ ଅଂଶଗ୍ରହଣ କରିଥିଲେ । ଅନୁରାଧାଙ୍କୁ ସୁଯୋଗ ମିଳି ନ ଥିଲା । ଏହାର ୧୬ ବର୍ଷ ପରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
BREAKING NEWS
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
- ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
- Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
- ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
- ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା
- Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
Comments are closed.