Latest Odisha News

ଯାଜପୁରରେ ‘ଜୱାଦ’ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ଯାଜପୁର : ବାତ୍ୟା ଜୱାଦ ଚାଷୀମାନଙ୍କ ଚାଷକୁ ବିଗାଡି ଦେଇଛି । ଏହାର ପ୍ରଭାବରେ ଯାଜପୁର ଜିଲ୍ଲାର ଚାଷୀମାନେ ନାହିଁ ନଥିବା କ୍ଷତିଗ୍ରସ୍ତ ହୋଇଛନ୍ତି ।ଏନେଇ କେନ୍ଦ୍ରୀୟ ପ୍ରତିନିଧିଦଳ ଯାଜପୁର ଜିଲ୍ଲାର ଜୱାଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କେନ୍ଦ୍ରୀୟ ଟିମ୍ ଦଶରଥପୁର ବ୍ଲକ ରାହସୋଇ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ସେଠିକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଏବେବି ଶହ ଶହ ଏକର ଚାଷ ଜମିରେ ପାଚିଲା ଧାନ ସବୁ ପାଣିରେ ବୁଡି ଗଜା ହେବାକୁ ବସିଲାଣି । ଏହାକୁ ନେଇ ଚାଷୀ ମାନେ ଦୁଃଖ ପ୍ରକାଶ କରିବା ସହ କ୍ଷତିପୁରଣ ପ୍ରଦାନ ପାଇଁ ଦାବି କରିଛନ୍ତି । ସେପଟେ କ୍ଷତି ପୁରଣ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରୀୟ ଟିମ୍ ।

ଚଳିତ ଥର ବାତ୍ୟା ପ୍ରଭାବରେ ବର୍ଷା ହେବା ଯୋଗୁଁ ଜିଲ୍ଲାର ଅନେକ ବ୍ଲକ ପ୍ରଭାବିତ ହୋଇଛି । ଜିଲ୍ଲାର ଦଶରଥପୁର, ବିଝାରପୁର,ଯାଜପୁର ସମେତ ଅଧିକାଂଶ ବ୍ଲକର ଚାଷୀମାନେ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ସେପଟେ ବର୍ଷା ଜଳ ନିଷ୍କାସନ ହୋଇନପାରି ଧାନ ଫସଲ ସବୁ ନଷ୍ଟ ହୋଇଯାଇଛି ।

ଏଥିପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଚାଷୀ ମାନେ ଦାବି କରିଛନ୍ତି । ସେପଟେ ଏହି କେନ୍ଦ୍ରୀୟ ଟିମ୍ ବୁଲିବା ସମୟରେ ଜିଲ୍ଲାୁପାଳଙ୍କ ସହ ଅନେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତି ଥିଲେ ।ଯାଜପୁର ଜିଲ୍ଲାରେ ବାତ୍ୟା ଜୱାଦରେ ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି । କହିବାକୁ ଗଲେ ଚାଷୀ ମାନଙ୍କ ଚାଷ ଜମିରେ ବର୍ଷା ପାଣି ଜମି ରହି ବର୍ଷକର ଚାଷ ପୁରା ନଷ୍ଟ ହୋଇଯାଇଛି । ଏସବୁ ସମସ୍ୟାର ସମାଧନ କେନ୍ଦ୍ରସରକାର କେବେ କରିବେ ତାହା ଅପେକ୍ଷାରେ ଚାଷୀମାନେ।

Leave A Reply

Your email address will not be published.