Latest Odisha News

BREAKING NEWS

ବନ୍ୟା କ୍ଷୟକ୍ଷତି: ଆକଳନ କାରିବାକୁ ଆଜି ଆସିବେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର: ଗତ ମାସରେ ରାଜ୍ୟରେ ବିଭୀଷିକା ରଚିଥିଲା ବନ୍ୟା । ଏଥିରେ ଅନେକ କ୍ଷୟକ୍ଷତି ହୋଇଛି। ଚାଷବାସ ଉଜୁଡ଼ି ଯାଇଛି, କେତେଯେ ଘର ଉଜୁଡ଼ି ଯାଇଛି ତାର ହିସାବ ନାହିଁ। ଏହି ପ୍ରଳୟଙ୍କରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଆଜି ଓଡ଼ିଶା ଆସିବେ।ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଓଡିଶା ପହଞ୍ଚିବେ।

ମିଳିଥିବା ସୂଚନାନୁସାରେ, ଏହି ଟିମ୍ ଦୁଇଦିନ ଧରି ବନ୍ୟା ପ୍ରଭାବିତ ୪ଟି ଜିଲ୍ଲା ଗସ୍ତ କରିବା ନେଇ ସୂଚନା ରହିଛି। ଏହାପରେ ୧୭ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଏହି ଟିମ ଆସନ୍ତା ଦୁଇଦିନ ଧରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଆଦି ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ଏହାପରେ ୧୭ତାରିଖ ଅପରାହ୍ନ ୫ ଟାରେ ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାଙ୍କ ଉପସ୍ଥିତରେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଦଳକୁ ଅବଗତ କରାଇବେ। ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏହି ଟିମ୍ ୧୭ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.