Latest Odisha News

BREAKING NEWS

ଜୁଲାଇ ୬ରୁ ପର୍ଯ୍ୟଟନ ସ୍ଥଳୀରୁ ଖୋଲିପାରେ ତାଲା

ନୂଆଦିଲ୍ଲୀ: ଟ୍ରାକକୁ ଫେରିବ ଦେଶରେ ପର୍ଯ୍ୟଟନ ଶିଳ୍ପ । କରୋନା ଭାଇରସ୍ ଯୋଗୁ ବନ୍ଦ ଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ଚଳଚଞ୍ଚଳ ହେବ । ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ତତ୍ତ୍ୱାବଧାନରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ।

ଖୋଲିବା ତାଜମହଲ, ଲାଲକିଲ୍ଲା, କୁତବ ମୀନାର । ଆସିବେ ପର୍ଯ୍ୟଟନ । କିନ୍ତୁ କୋଭିଡ୍ କଟକଣା ରହିବ । ପୂର୍ବ ଅପେକ୍ଷା ସୁରକ୍ଷା ଅଧିକ କଡ଼ାକଡ଼ି କରାଯିବ । କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ସହ ଆଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ଦେଶରେ ଏଏସଆଇ ତତ୍ତ୍ୱାବଧାନରେ ୩ ହଜାରରୁ ଅଧିକ ପର୍ଯ୍ୟଟନ କ୍ଷେତ୍ର ରହିଛି । କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିବା ପରଠୁ ସେସବୁ ବନ୍ଦ ରହିଥିଲା । ଏବେ ତିନି ମାସ ପରେ ଖୋଲିବ ।

Leave A Reply

Your email address will not be published.