Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୩-୭-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ  ତା ୩ ରିଖ ଶୁକ୍ରବାର ମିଥୁନ ୧୯ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ  ତ୍ରୟୋଦଶୀ ତିଥି  ଜ୍ଯେଷ୍ଠା   ନକ୍ଷତ୍ର ବିଛା ଚନ୍ଦ୍ର 
ଘାତ ବାର :- ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର:- ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି:  ବାଇଗଣ  ଖାଇବା ନିଷେଧ
ଆଜି-ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ଅଧର ପଣା ନୀତି ରଥ ଉପରେ ଅନୁଷ୍ଠିତ ହେବ ।
ମେଷ
 କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା  ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।
ବୃଷ
 ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ ।
ମିଥୁନ 
ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।
କର୍କଟ
 ଯଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ସିଂହ
 ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା
 କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।
ତୁଳା
ଧନ ମାନ ସମ୍ମାନର ଅଧିକାରୀ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ  ହେବେ ।ମାଲିମକଦମାରେ ବିଜୟ ଲାଭ କରିବେ ।
ବିଛା
ସତର୍କତା ର ସହ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆଳସ୍ଯ ଓ ଅବହେଳାରୁ ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।
ଧନୁ
ଅପେକ୍ଷା ରତ ଶୁଭ ଖବର ପାଇ ମନ ଖୁସି ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
ମକର
ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ଶତୃମାନେ ପରାଜିତ ହେବେ ସୁ ସ୍ବାଦୁ ଭୋଜନ ମିଳିବ ।
କୁମ୍ଭ
ଆର୍ଥିକ ସମସ୍ଯା ମନକୁ  ଭାରାକ୍ରାନ୍ତ କରାଇବ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।
ମୀନ
ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଦେହ ମନ ଅସୁସ୍ଥ ହୋଇ ପଡିବ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.