ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ରହିଥିବା ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇଥିବାର ଘୋଷଣା କରିଛି କେନ୍ଦ୍ର । ଏହାଦ୍ୱାରା ପୂର୍ବରୁ ରହିଥିବା ୨୭ଟି ବ୍ୟାଙ୍କ ୧୨ଟି ବ୍ୟାଙ୍କରେ ପରିଣତ ହୋଇଛି ।
#WATCH live from Delhi: Finance Minister Nirmala Sitharaman addresses the media https://t.co/aoZpd0Cd05
— ANI (@ANI) August 30, 2019
ଏହି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଘୋଷଣା କରିଛ୍୍ନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ଲାଗି ଏହି ମିଶ୍ରଣ ହୋଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ଦେଶର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନକୁ ଏହି ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ ହିଁ ମଜବୁତ କରିପାରିବାରେ ସକ୍ଷମ ହୋଇପାରିବେ ।\n\nଏଠାରେ ସୂଚନାଯୋଗ୍ୟ ଏହା ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ମିଶ୍ରଣ । ଭାରତରେ ୧୯୬୯ରେ ବ୍ୟାଙ୍କ ଗୁଡ଼ିକର ରାଷ୍ଟ୍ରୀକରଣ ହୋଇଥିଲା ।
କେଉଁ ବ୍ୟାଙ୍କ କାହା ସହିତ ମିଶିବ, ଜାଣନ୍ତୁ:
ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ଼ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ବିଲୟ ଘଟିବ ।
କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ମିଶ୍ରଣ ହୋଇ ଦେଶର ୪ର୍ଥ ବୃହତ ବ୍ୟାଙ୍କ ଭାବେ ପରିଗଣିତ ହେବ ।
ସେହିପରି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ଘଟିବ ।
ଇଣ୍ଡିଆନ ବ୍ୟାଙ୍କ ଏହ୍ଲାହାବାଦ ବ୍ୟାଙ୍କ ସହିତ ମିଶ୍ରଣ ଘଟିବ ।
ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ରହିଛନ୍ତି ।
Comments are closed.