Latest Odisha News

BREAKING NEWS

ରାଜ୍ୟରେ ବଢିପାରେ ବିଦ୍ୟୁତ୍ ଦର !

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଦେୟ ଲାଗି ଏଥର ଉପଭୋକ୍ତାଙ୍କୁ ଅଧିକ ଦର ଦେବାକୁ ପଡିପାରେ । ଏନେଇ ଗ୍ରୀଡକୋ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ (ଓଇଆରସି)କୁ ଅନୁରୋଧ କରିଛି । ଚଳିତ ବର୍ଷ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଇଆରସି ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଆବେଦନ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ ବିଦ୍ୟୁତ୍ ସଞ୍ଚାରଣ ଓ ବିତରଣରେ ବହୁ ପରିମାଣରେ ଆର୍ଥୀକ କ୍ଷତି ହେଉଥିବା ଦର୍ଶାଇ ଗ୍ରୀଡକୋ ଗତ ଅଗଷ୍ଟ ୨୦ ତାରିଖରେ ଅନୁରୋଧ କରିଥିଲା ।

ଅପରପକ୍ଷରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇ କହିଥିଲେ, ଓଇଆରସି ଜନସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି ଏହି ମାମଲା ଉପରେ ନିଷ୍ପତ୍ତି କରିବ ।

ବର୍ତ୍ତମାନ ସମୟରେ ରାଜ୍ୟରେ ମାସିକ ବିଦ୍ୟୁତ୍ ଦର ୟୁନିଟ୍ ପିଛା ୨ଟ.୫୦ପ. ଥିବାବେଳେ ୫୦ ୟୁନିଟରୁ ଅଧିକ ବିଲ୍ ପାଇଁ ୪ଟ.୩୦ପ. ଦର ରହିଛି । ସେହିପରି ୨୦୦ ୟୁନିଟରୁ ଅଧିକ ଓ ୪୦୦ ୟୁନିଟରୁ କମ୍ ବିଲ୍ ମଧ୍ୟରେ ୫ଟ ୩୦ପ. ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ଦର ୫ଟ. ୭୦ପ. ରହିଛି ।

୨୦୧୯-୨୦ ବିତ୍ତିୟ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ମେ’ ୨୩ ତାରିଖରେ ଓଇଆରସି ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.