ନୂଆଦିଲ୍ଲୀ: ଆଜି ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ୨୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟ ଏବଂ ଟ୍ୱିଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି।
ନଭେମ୍ବରରୁ ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜାନୁଆରୀ ୩୦ରେ କେନ୍ଦ୍ରରୁ ଏହି ନିର୍ଦ୍ଦେଶ ଆସିଛି।
ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିଙ୍ଘୁ, ଗାଜିପୁର ଏବଂ ଟିକ୍ରି ସୀମାରେ ଥିବା କୃଷକ ବିରୋଧ ସ୍ଥଳରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବାକୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ନିଲମ୍ବନ ଜାନୁୟାରୀ ୩୧ ତାରିଖ ରାତି ୧୧ ରୁ ଫେବୃଆରୀ ୨ ରାତି ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
Comments are closed.