Latest Odisha News

BREAKING NEWS

୧୫୬ ଔଷଧକୁ ବ୍ୟାନ କଲେ ସରକାର, ଜାଣନ୍ତୁ କେଉଁ ସବୁ ମେଡିସିନ ସାମିଲ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ଗୁରୁବାର ଭାରତ ସରକାର ଏକ ବଡ ଝଟକା ଦେଇଛନ୍ତି। ୧୫୬ ଔଷଧର ଫିକ୍ସଡ ଡୋଜ ମିଶ୍ରଣକୁ ସରକାର ବ୍ୟାନ କରିଛନ୍ତି। ଏଥିରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ନିବାରକ ଏବଂ ମଲ୍ଟିଭିଟାମିନ୍ ଅନ୍ତର୍ଭୁକ୍ତ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ମଧ୍ଯ ଜାରି କରିଛି।

ଏହି ମେଡିସିନ ଗୁଡିକ ମଧ୍ୟରେ ଆଣ୍ଟିବାୟୋଟିକ୍, ଆଲର୍ଜି ମେଡିସିନ, ଯନ୍ତ୍ରଣା ନିବାରକ, ମଲ୍ଟିଭିଟାମିନ୍ ଏବଂ ଜ୍ୱର ଏବଂ ଉଚ୍ଚ ରକ୍ତଚାପ ପାଇଁ ଦିଆଯାଇଥିବା ଔଷଧ ଅନ୍ତର୍ଭୁକ୍ତ। ଡ୍ରଗ୍ସ ଟେକ୍ନିକାଲ ପରାମର୍ଶଦାତା ବୋର୍ଡ (ଡିଟିଏବି) ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟିର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ୧୯୪୦ ୨୬ଏ ଅନୁଯାୟୀ ଏହି ନିଷେଧାଦେଶ ଲାଗୁ କରାଯାଇଛି।

Comments are closed.