Latest Odisha News

BREAKING NEWS

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ କାଙ୍କଡକୁ କଣ୍ଟୋଲା ବା ମିଠା କଲରା କହନ୍ତି । କାଙ୍କଡକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା ଭାବେ ଗଣାଯାଏ । ଆୟୁର୍ବେଦରେ ବି କାଙ୍କଡକୁ ସବୁଠାରୁ ଶକ୍ତିଶାଳୀ ପରିବା କୁହାଯାଏ । ଏହା ସ୍ୱାଦିଷ୍ଟ ହେବା ସହିତ ଏଥିରେ ପ୍ରୋଟିନ ଭରପୂର ହୋଇ ରହିଥାଏ । ମୌସୁମୀର ଆରମ୍ଭରୁ ବଜାରରେ ମିଳୁଥିବା ଏହି କାଙ୍କଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାଙ୍କଡର ଚାହିଦା ବଢ଼ୁଥିବାରୁ ଏହାକୁ ଏବେ ସାରାଦେଶରେ ଚାଷ କରାଗଲାଣି ।

ଆସନ୍ତୁ ଜାଣିବା କଣସବୁ ରହିଛି କାଙ୍କଡର ଉପକାରିତା:

– କାଙ୍କଡରେ ଥିବା ଫାଇଟ୍ରୋକେମିକଲ୍ସ ଆପଣଙ୍କୁ ସୁସ୍ଥ ରଖିଥାଏ । ଏହା ସହିତ ଆଣ୍ଟିଆକ୍ସିଡେଣ୍ଟରେ ଭରପୂର କାଙ୍କଡ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରେ, ଯାହାଫଳରେ ତ୍ୱଚା ସମ୍ବନ୍ଧୀୟ କୌଣସି ରୋଗ ହୋଇନଥାଏ ।

– କାଙ୍କଡ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ ଥିବା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏଥିସହିତ କାଙ୍କଡରେ ଭରିରହିଛି ଏଣ୍ଟି-ଆଲର୍ଜିକ ତତ୍ୱ, ଯାହା ଆପଣଙ୍କୁ ଥଣ୍ଡା, କାଶରୁ ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ ।

– କାଙ୍କଡରେ ଥିବା ଲ୍ୟୁଟେନ ପରି କେରୋଟୋନୋଇଡସ୍ ଆପଣଙ୍କୁ ବିଭିନ୍ନ ଆଖି ରୋଗ, ହୃଦୟ ରୋଗ ଓ କ୍ୟାନସର ଭଳି ରୋଗଠାରୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ।

– କାଙ୍କଡରେ ପ୍ରୋଟିନ୍ ଓ ଆଇରନ୍ ଭରପୂର ମାତ୍ରାରେ ରହିଥିବା ବେଳେ କ୍ୟାଲୋରୀ କମ୍ ମାତ୍ରାରେ ଥାଏ । ଯାହାକି ଆପଣଙ୍କୁ ଓଜନ କମେଇବାରେ ବିଶେଷ ସାହାଯ୍ୟ କରିବ ।

– ଯଦି କାଙ୍କଡ ରୋଷେଇ କରି ଖାଇବାକୁ ପସନ୍ଦ କରୁନାହାନ୍ତି, ତେବେ ଆପଣ ଏହାକୁ ଆଚାର ବନେଇ ଖାଇପାରିବେ । ଆୟୁର୍ବେଦରେ କେତେକ ରୋଗକୁ ଭଲ କରିବା ପାଇଁ ଏହା ଔଷଧ ରୂପେ କାମ କରିଥାଏ । ଖାଦ୍ୟକୁ ହଜମ କରିବାରେ ଏହାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।

Leave A Reply

Your email address will not be published.