ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏହାରି ଭିତରେ ଓଡ଼ିଶା ଓ କେରଳର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ଏହି ଦୁଇ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ସେ କହିଛନ୍ତି ଯେ, ଜାତୀୟ ଡବଲିଂ ହାର ୭.୫ ଦିନକୁ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ଓ କେରଳରେ ତାହା ପ୍ରାୟ ୩୦ ଦିନରୁ ଅଧିକ ରହିଛି । ଅର୍ଥାତ ପ୍ରତି ୩୦ ଦିନରେ ଓଡ଼ିଶା ଓ କେରଳର ପଜିଟିଭ ସଂଖ୍ୟା ଦୁଇଗୁଣ ହେଉଛି । ଦେଶର ୧୮ଟି ରାଜ୍ୟର ଡବଲିଂ ହାର ଜାତୀୟ ହାରଠାରୁ ଅଧିକ ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୧୫୫୩ଟି ନୂଆ ମାମଲା ଜଣାପଡ଼ିଛି ଓ ୩୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂଖ୍ୟା ୧୭,୨୬୫କୁ ବୃଦ୍ଧି ପାଇଛି ।
BREAKING NEWS
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
Comments are closed.