Latest Odisha News

BREAKING NEWS

ଶସ୍ତାରେ ଗରିବଙ୍କୁ କେନ୍ଦ୍ର ଯୋଗାଇଲା ୯୦ ହଜାରରୁ ଅଧିକ ଘର, ମୋଦୀ କହିଲେ ‘ମୋ ପିଲାଦିନେ ଏପରି ଘର ମିଳିଥାନ୍ତା’

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରେ ଆବାସ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିରୁ ଲୁହ ଆସିଯାଇଛି। ସୋଲାପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ସହରାଞ୍ଚଳ) ଯୋଜନା ଅଧୀନରେ ପ୍ରକଳ୍ପର ଉଦଘାଟନ ଅବସରରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଭାବବିହ୍ବଳ ହୋଇ କହିଥିଲେ ଯେ ସେ ମଧ୍ୟ ଚାହୁଁଥିଲେ ଯେ ତାଙ୍କ ପିଲାଦିନରେ ତାଙ୍କୁ ଏପରି ଏକ ଘର ମିଳିନଥାନ୍ତା!

ପିଏମଏୱାଇ-ଅର୍ବାନ ହେଉଛି ସହରାଞ୍ଚଳରେ ବିଶେଷ କରି ସର୍ବନିମ୍ନ ସ୍ତରର ଲୋକଙ୍କ ପାଇଁ “ପକ୍କା ଘର” ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ।

ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସର୍ବବୃହତ ସୋସାଇଟି ର ଶୁଭାରମ୍ଭ କରାଯାଇଛି । ୨୦୧୪ରେ ଏହା ମୋର ପ୍ରତିଶ୍ରୁତି ଥିଲା ଏବଂ ଏହାକୁ ଦେଖିବା ପାଇଁ ଫେରିବା ଏକ ପରିପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୁଁ ଭାବିଲି, ମୁଁ ମଧ୍ୟ ମୋ ପିଲାଦିନରେ ଏପରି ଏକ ଘରେ ରହିବାର ସୁଯୋଗ ପାଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ପିଏମଏୱାଇ-ସହରାଞ୍ଚଳ ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ୯୦ ହଜାରରୁ ଅଧିକ ଘର ଏବଂ ସୋଲାପୁରର ରାୟନଗର ହାଉସିଂ ସୋସାଇଟିକୁ ୧୫,୦୦୦ ରୁ ଅଧିକ ଘର ଉତ୍ସର୍ଗ କରିଛନ୍ତି। ଏହି ଆବାସ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ହସ୍ତତନ୍ତ ଶ୍ରମିକ, ବିକ୍ରେତା, ଶ୍ରମିକ, ଅଳିଆ ଗୋଟାଇବା ଓ ଡ୍ରାଇଭର ଶ୍ରେଣୀର ବ୍ୟକ୍ତି ରହିଛନ୍ତି।

“ମୁଁ ଖୁସି ଯେ ସୋଲାପୁରର ହଜାର ହଜାର ଗରିବ ଏବଂ ଶ୍ରମିକଙ୍କ ପାଇଁ ଆମେ ନେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେଉଛି। ଯେଉଁଦିନ ମୁଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଏଠାକୁ ଆସିଥିଲି, ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଇଥିଲି ଯେ ମୁଁ ଖୁବ୍ ଶୀଘ୍ର ଆପଣଙ୍କ ଘରର ଚାବି ଦେବାକୁ ଆସିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ମୋଦି ଏହି ଗ୍ୟାରେଣ୍ଟି ପୂରଣ କରିଛନ୍ତି। ମନେରଖନ୍ତୁ, ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ‘ଗ୍ୟାରେଣ୍ଟି କେ ପୁରା ହୋନେ କି ଗ୍ୟାରେଣ୍ଟି’।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ସରକାରମାନଙ୍କ ଅଧୀନରେ ଗରିବମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଏହି ଅବସରରେ କହିଥିଲେ। ଏବଂ ୨୦୧୪ ରୁ ଗରିବଙ୍କ କଲ୍ୟାଣ ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଅନୁସରଣ କରି ଆମ ସରକାର ଦେଶରେ ସୁଶାସନ ଓ ସଚ୍ଚୋଟତାକୁ ସୁନିଶ୍ଚିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୀର୍ଘ ଦିନ ଧରି ଦେଶରେ ‘ଗରିବି ହଟାଓ’ ସ୍ଲୋଗାନ୍ ଦିଆଯାଉଥିଲା। କିନ୍ତୁ ଏସବୁ ସ୍ଲୋଗାନ ସତ୍ତ୍ୱେ ଦାରିଦ୍ର୍ୟ ଦୂର ହୋଇନଥିଲା। ଗରିବଙ୍କ ନାଁରେ ଯୋଜନା କରାଯାଇଥିଲା, କିନ୍ତୁ ଗରିବଙ୍କୁ ଏହାର ସୁଫଳ ମିଳିନଥିଲା ବୋଲି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.