Latest Odisha News

BREAKING NEWS

ସାମୁଦ୍ରିକ ବାତ୍ୟା ‘ଫନି’: ଓଡିଶା ଲାଗି କେନ୍ଦ୍ରର ଆଗୁଆ ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ମୁହାଁ ହୋଇ ମାଡି ଆସୁଥିବାବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଓଡିଶା ଲାଗି ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ।

ଓଡିଶା ସମେତ ୪ଟି ରାଜ୍ୟକୁ ୧୦୮୬ କୋଟି ଟଙ୍କାର ଅଗ୍ରୀମ ଅର୍ଥ ରାଶି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଆରଏଫ୍)କୁ ପ୍ରଦାନ ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏହି ସହାୟତା ରାଶି ମଧ୍ୟରୁ ଓଡ଼ିଶାକୁ ୩୪୦.୮୭ କୋଟି , ଆନ୍ଧ୍ର ପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡ଼ୁକୁ ୩୦8.୩୭ କୋଟି ଓ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ସହାୟତା ରାଶି ବଣ୍ଟନ କରାଯିବ।

Leave A Reply

Your email address will not be published.