Latest Odisha News

BREAKING NEWS

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୪୬୧.୭୬୭୩ କୋଟି ଟଙ୍କା

ଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମୀଣ ସହରାଞ୍ଚଳ ପ୍ରଶାସନକୁ ଅର୍ଥ ମନ୍ତ୍ରାଳୟ ୮,୪୫୩କୋଟି ୯୨ ଲକ୍ଷ ଟଙ୍କା ରିଲିଜ କରାଯାଇଛି । ପଞ୍ଚ ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିରୁ ଓଡ଼ିଶାକୁ ୪୬୧କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କା ଅନୁଦାନ ମିଳିଛି।ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରାଯିବ ଏହି ଅନୁଦାନ ।  ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରହିଥିବା ଅଭାବ ଦୂର କରିବା ସହ ଏହି କ୍ଷେତ୍ର ସୁଦୃଢ କରିବା ଲକ୍ଷ ରଖାଯାଇଛି।

ସ୍ଥାନୀୟ ପ୍ରଶାସନ ଗୁଡିକୁ ୨୦୨୧-୨୨ ଓ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କା ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ନିଦାନ ଭିଭିଭୂମି ପାଇଁ ସହାୟତା ୧୬ ହଜାର ୩୭୭ କୋଟି ଟଙ୍କା। ଗ୍ରାମାଞ୍ଚଳ ବ୍ଲକ ସ୍ତରୀୟ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ହଜାର ୨୭୯ କୋଟି ଟଙ୍କା ଓ ଗ୍ରାମାଞ୍ଚଳ ଅଟାଳିକା ନଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ,ଜନ ସ୍ୱାସ୍ଥ୍ୟ କେନ୍ଦ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଟାଳିକା ନିର୍ମାଣ ୭ହଜାର ୧୬୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏବଂ ଗ୍ରାମୀଣ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ରଗୁଡିକ ସ୍ୱାସ୍ଥ୍ୟ ଏବ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ୧୫ ହଜାର ୧୦୫ କୋଟି ଟଙ୍କା, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଦାନ ଭିଭିଭୂମି ପାଇଁ ସହାୟତା ୧,୦୯୫ କୋଟି ଟଙ୍କା ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ପାଇଁ ୨୪ ହଜାର ୨୮ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଖାଯାଉଥିବା ଅଭାବ ଦୂର କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବ।

Leave A Reply

Your email address will not be published.