Latest Odisha News

ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର କେତେ ଗୁଡିଏ ସ୍ଥାନର ପ୍ରସ୍ତାବ ଦେଇଛନ୍ତି । ମନମୋହନ ସିଂହଙ୍କ ପରିବାରକୁ ମଧ୍ୟ ଏଥିପାଇଁ କିଛି ବିକଳ୍ପ ଦିଆଯାଇଛି । ସ୍ମାରକୀ ନିର୍ମାଣ ପାଇଁ ପରିବାର ସମସ୍ତ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା ପାଇଁ କୁହାଯାଇଛି। ତେବେ ଏଥିପାଇଁ ପ୍ରଥମେ ଟ୍ରଷ୍ଟ ଗଠନ କରିବା ଜରୁରି ବୋଲି ଜାଣିବାକୁ ମିଳିଛି ।

ସ୍ମାରକୀ ପାଇଁ ଦିଆଯାଇ ପରେ ଦେଢ ଏକର ଜମି 

ଉଲ୍ଲେଖଯୋଗ୍ୟ ଯେ ନୂଆ ନୀତି ଅନୁସାରେ ଭୂମି କେବଳ ଟ୍ରଷ୍ଟକୁ ଦିଆଯାଇ ପାରିବ । ଟ୍ରଷ୍ଟ ଗଠନ ପରେ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ। ଟ୍ରଷ୍ଟ ଦ୍ୱାରା ସ୍ମାରକୀ ନିର୍ମାଣ ପାଇଁ ଅବଶ୍ୟକ ଜମି ଆବେଦନ କରାଯିବା ସହିତ ଏହା ପରେ ସିପିଡବ୍ଲୁଡି ସହ ବୁଝାମଣା ହେବ। ସୂତ୍ର ଅନୁସାରେ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ରାଜଘାଟ, ରାଷ୍ଟ୍ରୀୟ ସ୍ମୃତି ସ୍ଥଳ କିମ୍ୱା କିଷାନ ଘାଟ ନିକଟରେ ଏକରୁ ଦେଢ ଏକ ଏକର ଜମି ଆବଣ୍ଟନ କରାଯାଇପାରେ।

ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ନେହେରୁ-ଗାନ୍ଧୀ ପରିବାର ନେତାଙ୍କ ସମାଧି ନିକଟରେ ଭୂମି ଦିଆଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଏଠାରେ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ସମାଧି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୨୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ପରଲୋକ  ହୋଇଥିଲା । ଏହାପରେ ଡିସେମ୍ୱର ୨୮ରେ ଦିଲ୍ଲୀର ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯାଇ ଥିଲା । ତେବେ ସ୍ମାରକୀ ନିର୍ମାଣକୁ ନେଇ ଶାସକ ଏବଂ ବିରୋଧୀ ପକ୍ଷରୁ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା।

Comments are closed.