Latest Odisha News

BREAKING NEWS

ଏଥର ଆଉ ନିସ୍ତାର ନାହିଁ: ଅନଲାଇନ କଣ୍ଟେଣ୍ଟ ପାଇଁ ଆସିବ କଠୋର ନିୟମ!

ନୂଆଦିଲ୍ଲୀ: ଏହି ବିଗତ ଦିନ ଗୁଡିକରେ ଯେଉଁ ବିବାଦ ସୋସିଆଲ ମିଡିଆରେ ଘୁରି ବୁଲୁଛି, ତାହା ଆଜିର କିମ୍ବା ଆଗାମୀ ଯୁବପିଢିଙ୍କ ପାଇଁ ଏକ କଳା ଦିଗ । ଅନଲାଇନ କଣ୍ଟେଣ୍ଟ ଉପରେ କୌଣସି ବି ପ୍ରତିବନ୍ଧକ ନଥିବା ବେଳେ, ଏହାକୁ ମନଇଚ୍ଛା ବ୍ୟବହାର କରୁଚନ୍ତି ୟୁଜର୍ସ । ଯାହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନେଇ ହେବାକୁ ଯାଉଛି, କେନ୍ଦ୍ରୀୟ ମନ୍ତ୍ରାଳୟ । ଅନଲାଇନ କଣ୍ଟେଣ୍ଟ ଉପରେ ଏକ କଠୋର ନିୟମ ଆଣିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛି ମନ୍ତ୍ରାଳୟ ।

ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଦର୍ଶିତ ଅଶ୍ଳୀଳତା ଏବଂ ହିଂସା ଅଭିଯୋଗ ମଧ୍ୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଦ୍ୟମାନ ବୈଧାନିକ ବ୍ୟବସ୍ଥା ଏବଂ କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତା ନେଇ ଯାଞ୍ଚ କରୁଛି । ଏନେଇ ସଂସଦୀୟ ପ୍ୟାନେଲକୁ ଦେଇଥିବା ଉତ୍ତରରେ ମନ୍ତ୍ରଣାଳୟ କହିଛି, ଯେ ସମାଜରେ ଏହାକୁ ନେଇ ବଢ଼ୁଥିବା ଚିନ୍ତା ରହିଛି ଯେ, ଡିଜିଟାଲ୍ ପ୍ଲାଟଫର୍ମରେ ଅଶ୍ଳୀଳ ଏବଂ ହିଂସାତ୍ମକ ବିଷୟବସ୍ତୁ ପ୍ରଦର୍ଶନ କରିବା ପାଇଁ ଅଭିବ୍ୟକ୍ତି ସ୍ୱାଧୀନତାର ଅପବ୍ୟବହାର କରାଯାଉଛି । ଯାହା ବାକ୍ ସ୍ବାଧୀନତାର ଏକ ନକରାତ୍ମକ ଦିଗ ।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସ୍ଥାୟୀ କମିଟିକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନର ଆଇନ ଅନୁଯାୟୀ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ବ୍ୟବସ୍ଥା ଥିବା ବେଳେ, ଏପରି କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏକ କଠୋର ଏବଂ ପ୍ରଭାବଶାଳୀ ଆଇନଗତ ଢାଞ୍ଚାର ଆବଶ୍ୟକତା ରହିଛି ।

ତେବେ କହିରଖୁଛୁ, ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ନେଇ ଚାଲିଥିବା ବିବାଦ ଉପରେ ଏବେ ସଂସଦୀୟ କମିଟି ବିଚାରବିମର୍ଶ କରୁଥିବା ବେଳେ ଏହାକୁ ନେଇ ଏପରି ମତ ରଖଛି କେନ୍ଦ୍ର ମନ୍ତ୍ରାଳୟ । ଯେଉଁଥିରେ ରଣବୀର, ସମୟ ରୈନାଙ୍କ ଏକ ଶୋ, ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ଜଜ୍ ଭାବରେ ଯୋଗ ଦେଇ, ବାପାମାଙ୍କୁ ନେଇ କିଛି            ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହା ପରେ ରଣବୀରଙ୍କ ବିରୁଦ୍ଧରେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ଏଥିସହିତ ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଗିରଫ ହେବାରୁ ଟିକିଏ ଆଶ୍ବସ୍ତି ଦେଇଛନ୍ତି ।

Comments are closed.