ନୂଆଦିଲ୍ଲୀ: ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବାତ୍ୟା ‘ୟଶ’ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୦ ଅତିରିକ୍ତ ଏନଡିଆରଏଫ୍ ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି।
ଏନେଇ ନୂଆଦିଲ୍ଲୀରେ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ପୂର୍ବରୁ ୨୨ଟି ଦଳ ଓଡିଶାକୁ ପଠାଯାଇଇଛି। ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ଅନୁରୋଧ ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୧୦ଟି ଦଳ ଓଡ଼ିଶା ଅଭିମୁଖେ ଅଗ୍ରସର ହେବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁଧବାର ଦିନ ପାରାଦୀପ ଏବଂ ଦିଘା ଉପକୂଳ ମଧ୍ୟରେ ଏହା ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗ ଆଡକୁ ଗତି କରିବ। ଯେଉଁଥିପାଇଁ ୩୫ଟି ଏନଡିଆରଏଫ ଟିମ୍ ସେଠାକୁ ଯାଉଛନ୍ତି।
Comments are closed.