ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ରର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆଣିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରୀ କର୍ମଚାରୀଙ୍କୁ ପ୍ରଚାର ପାଇଁ ବ୍ୟବହାର କରାଯାଉଛି ଏବଂ ବିଜେପି ପ୍ରଶ୍ନ କରିଛି ଯେ ବିରୋଧୀ ଦଳର ତୃଣମୂଳ ସ୍ତରରେ କାମ କରୁଥିବା ଅମଲାତନ୍ତ୍ରରେ କାହିଁକି ସମସ୍ୟା ରହିଛି।
ନଭେମ୍ବର ୨୦ରୁ ଜାନୁଆରୀ ୨୫ ତାରିଖ ଯାଏଁ ଦେଶର ୨ ଲକ୍ଷ ୭ ହଜାର ପଞ୍ଚାୟତ ଅଞ୍ଚଳରେ ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହେବ। ଯୁଗ୍ମ ସଚିବ କିମ୍ବା ଉପସଚିବ ପାହ୍ୟାର ଅଧିକାରୀମାନଙ୍କୁ ଜିଲ୍ଲାର ପ୍ରଭାରୀ ଭାବେ ନିୟୋଜିତ କରାଯିବ ଏବଂ ସେମାନେ କେନ୍ଦ୍ର ସରକାରଙ୍କ ନଅ ବର୍ଷର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ।
ଏହି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଖଡ଼ଗେ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ ବୋଲି ଯେଉଁ ନିୟମ ରହିଛି ତାହାକୁ ଏହି ଆଦେଶ ଉଲଙ୍ଘନ କରୁଛି। ଖଡ଼ଗେ ତାଙ୍କ ଚିଠିରେ ଲେଖିଛନ୍ତି, ସରକାରୀ ଅଧିକାରୀ ପ୍ରଚାର ଓ ପ୍ରସାରରେ ସଂଶ୍ଳିଷ୍ଟ ରହିବା ଏହା ତାଙ୍କ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ଯାହାକି ସେମାନେ ଶାସକ ଦଳର ରାଜନୈତିକ କର୍ମୀ ଭାବେ ଲୋକଙ୍କ ଆଗରେ ପରିଣତ ହେବାକୁ ଯାଉଛନ୍ତି।
ଯଦି ବର୍ତ୍ତମାନର ସରକାରଙ୍କର ମାର୍କେଟିଂ କାର୍ଯ୍ୟକଳାପ ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଉଛି, ତେବେ ଆମ ଦେଶର ଶାସନ ଆଗାମୀ ଛଅ ମାସ ପାଇଁ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରାଳୟର ଆଉ ଏକ ନିର୍ଦ୍ଦେଶକୁ ଖଣ୍ଡନ କରି ଖଡ଼ଗେ ଛୁଟିରେ ଥିବା ଯବାନମାନଙ୍କୁ ସରକାରୀ ଯୋଜନାକୁ “ସୈନିକ-ଦୂତ” ଭାବେ ପ୍ରୋତ୍ସାହିତ କରିବାକୁ କହିଛନ୍ତି।
ଗଣତନ୍ତ୍ରରେ ସେନାକୁ ରାଜନୀତିରୁ ଦୂରେଇ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଯବାନଙ୍କ ଆନୁଗତ୍ୟ ଦେଶ ଓ ସମ୍ବିଧାନ ପ୍ରତି ରହିଛି ବୋଲି ଖଡ଼ଗେ କହିଛନ୍ତି।
ଏହି ପଦକ୍ଷେପକୁ ନେଇ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ସମାଲୋଚନା କରିଛନ୍ତି। ସରକାରୀ କଳର ଏଭଳି ଅପବ୍ୟବହାର ଭାରତରେ କେବେ ଦେଖିବାକୁ ମିଳିନଥିଲା। ପ୍ରତ୍ୟେକ ବିଭାଗକୁ ନରେନ୍ଦ୍ର ମୋଦୀଙ୍କ ସରକାରରେ କ’ଣ ହାସଲ ହୋଇଛି ତାହା ପ୍ରଚାର କରିବାକୁ କୁହାଯାଉଛି ବୋଲି ସିପିଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି।
ବିଜେପି ଏହି ସମାଲୋଚନାର ଜବାବ ଦେଇ କହିଛି ଯେ ଜନସେବା ହେଉଛି ସରକାରଙ୍କର କର୍ତ୍ତବ୍ୟ, ଯଦିଓ ଏହା “କଂଗ୍ରେସ ଦଳ ପାଇଁ ଏକ ବିଦେଶୀ ଧାରଣା” ହୋଇପାରେ।
ଯୋଜନାଗୁଡ଼ିକର ପୂର୍ଣ୍ଣତା ସୁନିଶ୍ଚିତ କରିବା ପାଇଁ ତୃଣମୂଳସ୍ତରରେ ପହଞ୍ଚିଥିବା ସରକାରୀ କର୍ମଚାରୀଙ୍କ ସହ କଂଗ୍ରେସର ଏକ ସମସ୍ୟା ଥିବା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ଯଦି ଶାସନର ମୌଳିକ ସିଦ୍ଧାନ୍ତ ନୁହେଁ ତାହାଲେ କ’ଣ ବୋଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି।
Comments are closed.