Latest Odisha News

BREAKING NEWS

ଜଗତସିଂହପୁରରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା

ଜଗତସିଂହପୁର: ଚାଲିଛି ପାର୍ବଣର ଋତୁ । ଚାରିଆଡେ ପୂଜାର ମାହୋଲ । ସବୁଠି ମା’ ଦଶଭୂଜାଙ୍କୁ ଆରାଧାନା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଜଗତସିଂହପୁର ଜିଲ୍ଲା । ଜିଲ୍ଲାର ସଦର ମହକୁମାର ବିଭିନ୍ନ ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଦଶହରା ପାଇଁ ଚଳଚଞ୍ଚଳ ହୋଇପଡିଛି ସମଗ୍ର ଅଞ୍ଚଳ । ଘଣ୍ଟ, ଢୋଲ, ତୂରୀ ବାଦ୍ୟରେ ପ୍ରକମ୍ପିତ ହେଉଛି ଗଗନ ପବନ । ଚଳିତବର୍ଷ ସହରରେ ମୋଟ ୨୩ଟି ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗା ଓ ହର ପାର୍ବତୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ଜଗତଜନନୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ ଲାଗୁଛି । ଭକ୍ତ ମାନେ ଦୀପ ଜାଳି ପୂଜା ଥାଳି ଧରି ପହଞ୍ଚୁଛନ୍ତି ମା’ଙ୍କ ପାଖରେ । ଆଉ ଜଗତଜନନୀ ମା’କୁ ଦେଖି ନିଜ ମନର ଭାବନା ବ୍ୟକ୍ତ କରୁଛି । କାରଣ ସେ ହେଉଛି ଜଗତଜନନୀ, ବିଶ୍ବ ବ୍ରହ୍ମାଣ୍ଡ ଠାକୁରାଣୀ ।

ଅନ୍ୟପଟେ, ପୂଜା ମଣ୍ଡପ ଗୁଡିକୁ ବିଭିନ୍ନ ପ୍ରକାରର ଜରି, ଶୋଲ ଆଦିରେ ସଜାଯାଇଥିବାବେଳେ, ରାସ୍ତା ଗୁଡିକୁ ଆକର୍ଷଣୀୟ ଆଲୋକ ମାଳରେ ସଜ୍ଜିତ କରାଯାଇଛି । ପୂଜା ମଣ୍ଡପ ଗୁଡିକରେ ହୋମ ଯଜ୍ଞ ସହିତ ବେଦ ମନ୍ତ୍ରରେ ମା’ଙ୍କ ଆରାଧନା କରାଯାଉଛି । ଆଧ୍ୟାତ୍ମିକ ପରିବେଶ ଓ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହେଉଛି ଦଶହରା ପର୍ବ । ଆଜି ମା’ଙ୍କ ନବମୀ ପୂଜା ଥିବାରୁ ମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ବୈଦିକ ପଣ୍ଡିତ ମାନଙ୍କ ଦ୍ୱାରା ଶ୍ଳୋକ ପାଠ କରାଯାଇ ହୋମଯଜ୍ଞ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି । ଯାହାକୁ ନେଇ ସଂଧ୍ୟାରେ ଲୋକଙ୍କ ପ୍ରବଳ ଭିଡ ଜମୁଛି ।

Leave A Reply

Your email address will not be published.