ଭୁବନେଶ୍ବର : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟକୁ ଆଉ ଏକ ସଫଳତା । ଇନଷ୍ଟିଚ୍ୟୁସନ୍ ଅଫ୍ ଇନୋଭେସନ୍ ଆଚିଭମେଣ୍ଟସ୍ (ARIIA) ୨୦୨୧ର ଅଟଳ ରାଙ୍କିଙ୍ଗ ପାଇଁ ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ପ୍ରଦର୍ଶନକାରୀ ଭାବେ ସ୍ଥାନୀତ ହୋଇଛି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ୧୪୩୮ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ଯାହା ଛାତ୍ର ଏବଂ ଅଧ୍ୟାପିକାଙ୍କ ମଧ୍ୟରେ ‘ଅଭିନବ ଏବଂ ଉଦ୍ୟୋଗୀ ବିକାଶ’ ସମ୍ବନ୍ଧୀୟ ସୂଚକାଙ୍କରେ ବ୍ୟବସ୍ଥିତ ଭାବରେ ସ୍ଥାନିତ ହୋଇଥିଲା ।
ଏହାପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍, ଆଇଆଇସି ପ୍ରଦର୍ଶନ ୨୦୨୦-୨୧ର ପ୍ରଦର୍ଶନ ଘୋଷଣା କରିଥିଲା । ଯେଉଁଥିରେ ସେଞ୍ଚୁରିଅନ୍ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରି ନିଜର ପ୍ରଦର୍ଶନ ପାଇଁ ୩.୫ର ଶୀର୍ଷ ଷ୍ଟାର୍ ରେଟିଂ ହାସଲ କରିଛି । ଏହି ସଫଳତା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସୁପ୍ରିୟା ପଟ୍ଟନାୟକ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଛନ୍ତି । ଏହା ଆଗାମୀ ଦିନରେ ଅଭିନବତା ଏବଂ ଉଦ୍ୟୋଗରେ ଆଗକୁ ବଢିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି । ଭବିଷ୍ୟତରେ, ବିଶ୍ବବିଦ୍ୟାଳୟ ଏହାର ଉଦ୍ୟୋଗୀ ଧ୍ୟାନ ସହିତ ଏହାର ବୌଦ୍ଧିକ ସମ୍ପତ୍ତି ବୃଦ୍ଧି ଏବଂ ଉତ୍ପାଦକୁ ବ୍ୟବସାୟିକରଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସୂଚନା ଦେଇଛନ୍ତି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର କୁଳପତି ।
Comments are closed.