Latest Odisha News

BREAKING NEWS

ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର: ବନ୍ଦ ହେଲା ଶିଶିର ସରସ ମେଳା । କେଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ୍ ପୋଲିସ ବନ୍ଦ କଲା ମେଳା । ରାଜ୍ୟ ସରକାର କୋଭିଡ ଗାଇଡଲାଇନରେ ମେଳା ମହତ୍ସବ କରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ, ହେଲେ ଏଠି କାହା ଅନୁମତିରେ ଶିଶିର ସରସ ମେଳା ହୋଇଥିଲା ତାହା ଏବେବି ପ୍ରଶ୍ନ ଘେରରେ ।

ଗତ ୫ ଦିନ ଧରି କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଆସିଥିଲେ ମେଳାକୁ ନିମନ୍ତ୍ରୀତ ବିଭିନ୍ନ ବେପାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ । ତେବେ ଗଣମାଧ୍ୟମରେ ବାବମ୍ବାର ଖବର ପ୍ରସାରଣ ପରେ ଆଜି ଆକ୍ସନ ମୋଡକୁ ଆସିଥିଲା କମିଶନରେଟ୍ ପୋଲିସ । ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଶିଶିର ସରସ ମେଳା ଆୟୋଜନ କରାଯାଇଥିଲା ।

ଜାନୁଆରୀ ୧ରୁ କୌଣସି ମେଳା ଆୟୋଜନ ହେବ ନାହିଁ ବୋଲି କୋଭିଡ ଗାଇଡ ଲାଇନରେ ଉଲ୍ଲେଖ ଥିବା ସ୍ୱତ୍ୱେ, ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଶିଶିର ସରସ ମେଳା । ଏଠି ଖୋଦ ସରକାର ହିଁ ସରକାରୀ ନିର୍ଦ୍ଦେଶକକୁ ଅବମାନନା କରୁଥିବା ବେଳେ ସାଧାରଣ ଲୋକ ସତେ ଅବା ଭକୁଆ ସାଜିଛନ୍ତି ।

Leave A Reply

Your email address will not be published.