Latest Odisha News

BREAKING NEWS

ଆରଆରଆରର ରିଲିଜ ତାରିଖ ଘୁଂଚିଲା

ମୁମ୍ବାଇ: ଏସ ରାଜମୌଲୀଙ୍କ ମେଗା ବଜଟେ ଫିଲ୍ମ ଆରଆରଆରର ରିଲିଜ ତାରିଖ ଘୁଂଚାଯାଇଛି । କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଫିଲ୍ମ ନିର୍ମାତା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ୭ ଜାନୁୟାରୀରେ ରିଲିଜ ହେବାକୁ ଥିଲା, ତେବେ ଏହାର ନୂତନ ରିଲିଜ ଡେଟ ଘୋଷଣା କରାଯାଇ ନାହିଁ । କେତେକ ସହରରେ ଫିଲ୍ମ ହଲ ବନ୍ଦ କରାଯାଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନିର୍ଦ୍ଦେଶକ ରାଜମୌଲୀ କହିଛନ୍ତି ।

ଏହି ପିରିୟଡ ଆକ୍ସନ ଡ୍ରାମାରେ ରାମଚରଣ, ଜୁନିୟର ଏନଟିଆର ଓ ଅଜୟ ଦେବଗାନଙ୍କ ପରି ପ୍ରତିଷ୍ଠିତ ଓ ଲୋକପ୍ରିୟ କଳାକାର ଅଭିନୟ କରୁଛନ୍ତି । ପ୍ରଶଂସକମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ନିର୍ମାତାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.