Latest Odisha News

ସିଇଓଙ୍କ ପ୍ରେସମିଟ୍ : ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍

ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି  । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା ।  ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ ମିଶିଛି ବୋଲି ଲୋହାନୀ କହିଛନ୍ତି । ତେବେ ୫ ଭିଭିପାଟ୍ ର ସ୍ଲିପ୍ ସହ ଫଳାଫଳକୁ ଟାଲି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବାଜିମାତ୍ ହୋଇଛି । ୨୩ରାଉଣ୍ଡ ଶେଷ ସୁଦ୍ଧା ବିଜେପି  ୭୮୦୩୪, ବିଜେଡି  ୧୨୦୬୭୨ ଓ କଂଗ୍ରେସ  ୩୫୮୧ ଭୋଟ୍ ପାଇଛନ୍ତି ।

Leave A Reply

Your email address will not be published.