ଭୁବନେଶ୍ୱର: ମଙ୍ଗଳବାର ଓ ବୁଧବାର କଟକ, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୋମବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।
ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ ମଙ୍ଗଳବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ…
୧. ମଙ୍ଗଳବାର ସକାଳ ୮ ଟାରୁ ୧ ଟା ପର୍ଯ୍ୟନ୍ତ କଟକର ବଡମ୍ବା, କାନପୁର ଓ ନୃସିଂହପୁରରେ ବିଦ୍ୟୁତ ସେବା ବନ୍ଦ ରହିବ।
୨.ମଙ୍ଗଳବାର ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପୁରୀ ଜିଲ୍ଲାର କୋଣାର୍କ ଓ ରାମଚଣ୍ଡୀରେ ବିଦ୍ୟୁତ ସରବରାହ ବନ୍ଦ ରହିବ ।
ବୁଧବାରଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ….
୧. ବୁଧବାର ଦିନ ୯ଟାରୁ ୧୨ ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିଜେବି ନଗରର ବିଦ୍ୟୁତ ସେବା ବନ୍ଦ ରହିବ ।
୨.ବୁଧବାର ଦିନ ୧୦ ଟାରୁ ୧ ଟା ପର୍ଯ୍ୟନ୍ତ କଟକର ମାଲଗୋଦାମ, ଓଏମପି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ ।
୩.ସେହିପରି ବୁଧବାର ଦିନ ୯ ଟାରୁ ୨ଟା ଯାଏଁ ଖୋର୍ଦ୍ଧା ଜିଲ୍ଲା ବାଙ୍କି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ ।
୪.ଖୋର୍ଦ୍ଧା ଜିଲ୍ଲା କପାସି ଅଞ୍ଚଳରେ ବୁଧବାର ସକାଳ ୭ ଟାରୁ ୧୦ ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ।
୫.କଟକ ଜିଲ୍ଲା ବିଳାଶୁଣି ଓ ଉତ୍ତମପୁର ଅଞ୍ଚଳରେ ବୁଧବାର ଦିନ ସକାଳ ୮ ଟାରୁ ଦିନ ୧୧ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।
୬.ପୁରୀ ଜିଲ୍ଲା ହରିପୁର ଓ ଖେଲର ଅଞ୍ଚଳରେ ବୁଧବାର ଦିନ ୮ ଟାରୁ ୧୨ ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।
୭.ଢେଙ୍କାନାଳ ଜିଲ୍ଲା ଭୁବନ ଓ ବାଇସିଙ୍ଘା ଅଞ୍ଚଳରେ ବୁଧବାର ସକାଳ ୮ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।
୮.ଢେଙ୍କାନାଳ ଜିଲ୍ଲା, ଖଜୁରିକଟା ଓ ହିନ୍ଦୋଳ ଅଞ୍ଚଳରେ ବୁଧବାର ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ମିଳିଛି ।
Comments are closed.