Latest Odisha News

BREAKING NEWS

ଆଜି ସରୁଛି ‘ସେସୁ’ ସମୟସୀମା; ଆସନ୍ତା କାଲିଠୁ ପୈଠ କରିନ’ଥିବା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ ସେବା

ଭୁବନେଶ୍ୱର: ବିଦ୍ୟୁତ ବିଲ୍ ପୈଠ କରିବା ଲାଗି ଆଜି ଥିଲା ଉପଭୋକ୍ତାଙ୍କ ଲାଗି ଶେଷଦିନ । ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଆସନ୍ତାକାଲି ଠାରୁ ଫେଜ୍ ଅନୁଯାୟୀ ଦେୟ ପୈଠ କରିନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବାକୁ ଯାଉଛି ।

ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ୧୧,୩୯୭ ଗ୍ରାମରେ ସେସୁର ଏହି ବିଦ୍ୟୁତ କାଟ ଘୋଷଣାକୁ ବିରୋଧ କରାଯାଇଥିଲା । ସେସୁର ସିନିୟର୍ ମ୍ୟାନେଜର୍ ମନୋଜ ସିଂହ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, କମର୍ସିଆଲ୍ ଓ ଘରୋଇ ଉପଭୋକ୍ତାମାନେ ଯେଉଁମାନେ ବୁଧବାର ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ପଇଠ କରିନଥିବେ ଫେଜ୍ ଅନୁଯାୟୀ ସେମାନଙ୍କର ବିଦ୍ୟୁତ ସେବା କାଟ ହେବ ।

ସେହିପରି ଭାବେ ୨ୟ ଫେଜରେ ଯେଉଁ ବିଦ୍ୟୁତ ଉପଭୋକ୍ତାମାନଙ୍କର ଅଧିକ ପରିମାଣରେ ବକେୟା ବିଦ୍ୟୁତ ବିଲ୍ ପୈଠ ହୋଇନାହିଁ ସେମାନଙ୍କର ବିଦ୍ୟୁତ ସେବା କାଟ କରାଯିବ । ଯେଉଁ ଉପଭୋକ୍ତାମାନଙ୍କର ଚାରିଚକିଆ ଯାନ, ଦୁଇ ମହଲା କୋଠା ଏବଂ ଏସି ପ୍ରଭୃତି ରହିଥିବ ସେହି ଉପଭୋକ୍ତାମାନେ ଏହି ଫେଜରେ ରହିଛନ୍ତି ।

ସେସୁ ଅନ୍ତର୍ଗତ ଉପକୂଳବର୍ତ୍ତୀ ୯ଟି ଜିଲ୍ଲା ଗୁଡ଼ିକରେ ସମୁଦାୟ ୪୧୩ଟି ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଏହି ୯ଟି ଜିଲ୍ଲା ଗୁଡ଼ିକ ହେଲା – ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ।

ନଭେମ୍ବର ୨୦୧୯ ସୁଦ୍ଧା ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ୧,୯୭୧ କୋଟି ଟଙ୍କା ବିଦ୍ୟୁତ ବିଲ୍ ବକେୟା ରହିଛି । ଜାନୁଆରୀ ୧୬ ତାରିଖରୁ ସମସ୍ତ ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସେବା କାଟ କରାଯିବ ବୋଲି ଡ଼ିସେମ୍ବର ୨୦୧୯ରେ ସେସୁ ପକ୍ଷରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.