Latest Odisha News

BREAKING NEWS

୩୨ଜଣ ‘ଓଇଏସ୍’ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୨ଜଣ ଓଇଏସ୍‌ (ସ୍କୁଲ ବ୍ରାଞ୍ଚ) ର ଅଧିକାରୀଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଡିଇଓ ବୃନ୍ଦାବନ ଶତପଥୀଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଡିଏସ୍‌ଇ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାମ୍ସାର ଉପ ନିର୍ଦ୍ଦେଶକ ଡ.ରାଧା ମୋହନ ପଣ୍ଡାଙ୍କୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ,ସୁପ୍ରାଭାରେଣୀ ହାଜରାଙ୍କୁ ଯୁଗ୍ମ ନିର୍ଦ୍ଦେଶିକା, ଡିଇଇ, କାର୍ତ୍ତିକେଶ୍ୱର ଲେଙ୍କାଙ୍କୁ ବଲାଙ୍ଗୀର ଡିଇଓ, କଟକ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତିଙ୍କୁ ସମାନ ସ୍ଥାନରେ ପଦୋନ୍ନତି ମିଳିଛି ।

ସ୍ନେହମୟୀ ସେନାପତିଙ୍କୁ ଯୁଗ୍ମ ନିର୍ଦ୍ଦେଶିକା ଡିଏସଇ, ବସନ୍ତ ମଞ୍ଜରୀ ଆଚାର୍ଯ୍ୟଙ୍କୁ  ଯୁଗ୍ମ ନିର୍ଦ୍ଦେଶିକା ଡିଏସଇ, ଅରୁଣବାଳା ତ୍ରୀପାଠୀଙ୍କୁ ଓସେପା ଯୁଗ୍ମନିର୍ଦ୍ଦେଶିକା, ରମେଶ ଚନ୍ଦ୍ର ସେଠୀଙ୍କୁ ମାଲକାନଗିରିର ଡିଇଓ, ସଚିଦାନନ୍ଦ ବେହେରାଙ୍କୁ ମୟୁରଭଞ୍ଜ ଡିଇଓ, ଅନୁରାଧା ସେନାପତିଙ୍କୁ ଯୁଗ୍ମ ନିର୍ଦ୍ଦେଶକ, ଡିଇଇ, ସୁରେଖା ତରାଇଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶିକା, ଧୃବ ଚରଣ ବେହେରାଙ୍କୁ କେନ୍ଦ୍ରାପଡା ଡିଇଓ, କଳ୍ପନା କୁମାରୀ ବେହେରାଙ୍କୁ ଅନୁଗୁଳ ଡିଇଓ, ସତ୍ୟମୋହନ ସେନାପତିଙ୍କୁ ଡିଏସ୍‌ଇ ଯୁଗ୍ମ ନିର୍ଦ୍ଦେଶକ, ସନାତନ ପଣ୍ଡାଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ, ରାଜଶ୍ରୀ ପଟ୍ଟନାୟକଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶିକା, ଅମୁଲ୍ୟ ପ୍ରଧାନଙ୍କୁ ପୁରୀ ଡିଇଓ, ଶୁସାନ୍ତ କୁମାର ଚୋପଦାରଙ୍କୁ କେରୋପୁଟ ଡିଇଓ, କଳ୍ପନା ପଣ୍ଡାଙ୍କୁ ବରଗଡ ଡିଇଓ, ବନ୍ଦନା ମହାପାତ୍ରଙ୍କୁ ଖୋର୍ଦ୍ଧା ଡିଇଓ, ଅମିତା ପଟ୍ଟନାୟକଙ୍କୁ  ଓସେପା ଯୁଗ୍ମ ନିର୍ଦ୍ଦେଶିକା, ନିବେଦିତା ପାଣିଙ୍କୁ ଢ଼ୋଙ୍କାନାଳ ଡିଇଓ, ରାମଚନ୍ଦ୍ର ନାହକଙ୍କୁ ନବରଙ୍ଗପୁର ଏଡିଇଓ, ବିନିତା ସେନାପତିଙ୍କୁ ଗଞ୍ଜାମ ଏଡିଇଓ, ନିରଞ୍ଜନ ସାହୁଙ୍କୁ ଅନୁଗୁଳ ଏଡିଇଓ, ମିନାରାଣୀ ମଙ୍ଗଳଙ୍କୁ ସମ୍ବଲପୁର ଡିଇଓ, ବିଶ୍ୱନାଥ ତରାଇଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ, ଫୁଲମଣୀ ମୁର୍ମୁୁଙ୍କୁ ମୟୁରଭଞ୍ଜ ଡିଆଇଇଟି ଅଧ୍ୟକ୍ଷା, ଗୌରୀରାଣୀ ନାୟକଙ୍କୁ ଡିଇଇ, ଯୁଗ୍ମନିର୍ଦ୍ଦେଶକ, ଲକ୍ଷ୍ମୀଧର ବେହେରାଙ୍କୁ ନୟାଗଡ ଡିିଇଓ ଏବଂ ଜି.କୁଜୁରଙ୍କୁ ବୌଦ୍ଧ ଡିଇଓ ଭାବେ ପଦୋନ୍ନତି ମିଳିଛି ।

Leave A Reply

Your email address will not be published.