Latest Odisha News

BREAKING NEWS

ମତଦାନ କେନ୍ଦ୍ରରେ ଆପ୍‌-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଚାନ୍ଦନୀ ଚୌକରୁ ଆସିଛି ଏକ ଚାଂଚଲ୍ୟକର ଖବର । ଏଠି ମତଦାନ କେନ୍ଦ୍ରରେ ଆପ୍ କର୍ମୀ ଓ କଂଗ୍ରେସ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଅମ୍ ଆଦମୀ ପାର୍ଟିର ଜଣେ କର୍ମକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି ।

ଚାନ୍ଦନୀ ଚୌକର ମଜନୁ କେ ଟିଲେ ମତଦାନ କେନ୍ଦ୍ରରେ ଅଳକା ଲାମ୍ବା ଏବଂ ଆପ୍ କର୍ମକର୍ତ୍ତାଙ୍କ ଭିତରେ କଥା କଟାକଟି ହୋଇଥିଲା । ଏହି ସମୟରେ ଅଳକା ଲାମ୍ବା ତାଙ୍କ ପୁଅକୁ ନେଇ ଆପ୍ କର୍ମୀ ଜଣକ ଟିପ୍ପଣୀ କରିଥିବା ନେଇ ଅଭିଯୋଗ ଆଣିଥିଲେ । ପରେ ଅଳକା ଲାମ୍ବା ରାଗି ଯାଇ ଆପ୍ କର୍ମକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ କଂଗ୍ରେସ ଏବଂ ଆପ୍ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ଦୁଇ ଦଳକୁ ବୁଝାସୁଝା କରି କାବୁ କରିଥିଲା ।

Leave A Reply

Your email address will not be published.