Latest Odisha News

BREAKING NEWS

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ ଦେଇଥିଲେ । ଏହି ବିମାନ ଯାତ୍ରା ସମୟରେ ତାଙ୍କ ପ୍ରତି ଦୁର୍ବବ୍ୟବହାର କରାଯାଇଥିବା ସେ ଟୁଇଟ କରି ଜଣାଇଛନ୍ତି । କୌଣସି ସୂଚନା ନ ଦେଇ ତାଙ୍କ ବିମାନରେ ପରିବର୍ତନ କରିଥିଲେ । ଏହା ପରେ ତାଙ୍କ ଜିନିଷପତ୍ର ବିମାନ କର୍ମଚାରୀ ହଜାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଖାଇବାକୁ ଦିଆ ଯାଇ ନ ଥିବା ସେ କହିଛନ୍ତି ।

ରବିବାର ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ ସେ ଏ ପର୍ଯ୍ୟନ୍ତ ତାଙ୍କ ସାମଗ୍ରୀ ପାଇ ନାହାନ୍ତି । ଏହା ଦ୍ୱାରା ଅଭ୍ୟାସରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି । ବାଂଲାଦେଶ ଗସ୍ତରେ ଭାରତ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ମାଲେସିଆ ଏୟାରଲାଇନ୍ସ ଏ ନେଇ ଦୀପକଙ୍କୁ କ୍ଷମା ମାଗିଛି ।

Leave A Reply

Your email address will not be published.