Latest Odisha News

BREAKING NEWS

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ ଚେକଅପ ପାଇଁ ସେ ସାଓପାଓଲୋ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ପେଲେ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ । ଏହି ଖବର ପ୍ରସାରିତ ହେବା ବିଭିନ୍ନ ମହଲରେ ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରାଯାଉଛି । ୭ମାସ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ଏହା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୂଚନାଯୋଗ୍ୟ, ପେଲେ ବ୍ରାଜିଲକୁ ୩ ଥର ବିଶ୍ୱ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୫୮ ଫାଇନାଲରେ ସେ ସୁଡାନ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ସେ ତାଙ୍କ ପ୍ରଫେଶନାଲ କ୍ୟାରିୟରରେ ୧୩୬୧ ମ୍ୟାଚ ଖେଳି ୧୨୮୧ ଗୋଲ ସ୍କୋର କରିଛନ୍ତି । ବ୍ରାଜିଲ ପକ୍ଷରୁ ୯୧ ମ୍ୟାଚରେ ୭୭ ଗୋଲ କରିଛନ୍ତି ।

Leave A Reply

Your email address will not be published.