Latest Odisha News

BREAKING NEWS

ରାଜଧାନୀରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଖାସକରି ମହିଳାଙ୍କୁ ଟାର୍ଗେଟ କରିବା ସହ ଛିନତାଇ କରୁଛନ୍ତି।

ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରିରେ। ରବିବାର ସକାଳେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ କରିଛନ୍ତି କିଛି ଦୁବୃର୍ତ୍ତ।

ଖବର ଅନୁଯାୟୀ, ଖଣ୍ଡଗିରି ବରୀ ଅଞ୍ଚଳର ଜଣେ ମହିଳା ସକାଳେ ଫୁଲ ତୋଳିବାକୁ ଘରୁ ବାହାରକୁ ଯାଇଥିବା ବେଳେ ଦୁଇଜଣ ବାଇକରେ ଆସି ତାଙ୍କ ଠାରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ।

ତେବେ ଏନେଇ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

Comments are closed.