Latest Odisha News

BREAKING NEWS

ଭୁବନେଶ୍ବର CRP ଛକ ହତ୍ୟାକାଣ୍ଡ ଘଟଣା ନେଇ ଡିସିପିଙ୍କ ପ୍ରେସମିଟ୍,- “ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ”

ଭୁବନେଶ୍ୱର: ଗତକାଲି ରାଜଧାନୀ CRPଛକ ନିକଟରେ ଦିନ ଦ୍ବିପହରେ ଘଟିଥିବା ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ପ୍ରେସମିଟ୍‌ରେ ଡିସିପି ଆହୁରୀ ମଧ୍ୟ କହିଛନ୍ତି,  ପ୍ରଶାନ୍ତ ଦାସ ପ୍ରଥମେ ପିସିଆରକୁ ଅଟକାଇ ଥିଲା । ପରେ ଅନ୍ୟମାନେ ସହଯୋଗ କରିଥିଲେ । ଆହୁରି ୧୨ରୁ ୧୫ ଜଣଙ୍କୁ ଟିହ୍ନଟ କରାଯାଇଛି । ଡ୍ରାଇଭରକୁ ଧରିବା ପାଇଁ ଚଢ଼ାଉ ଚାଲିଛି । ଏବେ ସୁଦ୍ଧା ତଦନ୍ତରୁ ଯାହା ଜଣାପଡ଼ିଛି ଟୁକୁନା ଛୁରୀରେ ଟୁକୁନାକୁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଗତକାଲି ନୟାପଲ୍ଲୀ ସିଆରପି ଛକ ନିକଟରେ ଏକ ପିକଅପ୍ ଭ୍ୟାନ୍ ଭିତରେ ଯୁବକକୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରି ନର୍ଧୁମ୍ ଛେଚିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଭାଇ ସାଗର ପୃଷ୍ଟି ଏବଂ ସୁଧୀର ପୃଷ୍ଟିକୁ ଗିରଫ କରିଥିଲା ପୋଲିସ୍ ।

Leave A Reply

Your email address will not be published.