Latest Odisha News

BREAKING NEWS

ଦିନକ ପାଇଁ ୧୮ ବର୍ଷୀୟା ଚେତନ୍ୟା ହେଲେ ଭାରତରେ ୟୁକେର ବରିଷ୍ଠ କୂଟନୀତିଜ୍ଞ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ୧୮ ବର୍ଷୀୟ ଚେତନ୍ୟା ଭେଙ୍କଟରମଣ ୟୁକେର ସବୁଠୁ ବରିଷ୍ଠ କୂଟନୀତିଜ୍ଞ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚେତନ୍ୟା ଦିନକ ପାଇଁ ଏହି ପଦବୀର ଅଂଶୀଦାର ହୋଇଛନ୍ତି।

ତେବେ ଏକ ବିରଳ ଅନୁଭୂତି ପାଇଁ ସେ ଏହି ଗୌରବ ହାସଲ କରିଛନ୍ତି। ବିଶ୍ୱରେ ମହିଳାମାନଙ୍କ ପ୍ରତି ଆସୁଥିବା ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଏବଂ ସେମାନଙ୍କୁ ସଶକ୍ତ କରିବା ଅଭିଯାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ସେ ଏହି ପଦର ଅଧିକାରୀଣି ହୋଇପାରିଛନ୍ତି।

ସୂଚନାଯୋଗ୍ୟ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତିକ କନ୍ୟାଶିଶୁ ଦିବସ ପାଳନ ଉପଲକ୍ଷେ ଦିନକ ପାଇଁ ରାଷ୍ଟ୍ରଦୂତ ପ୍ରତିଯୋଗିତା ଆୟୋଜନ କରାଯାଇଆସୁଛି। ଏଥିରେ ୧୮ରୁ ୨୩ ବ‌ର୍ଷର ମହିଳାମାନଙ୍କୁ ଦିନକ ପାଇଁ ବରିଷ୍ଠ କୁଟନୀତିଜ୍ଞ ପଦବି ଅଧିକାର ପାଇଁ ଆହ୍ୱାନ କରାଯାଉଛି। ଏହି କ୍ରମରେ ଚେତନ୍ୟା ବରିଷ୍ଠ କୁଟନୀତିଜ୍ଞ ପଦର ଅଧିକାରୀ ହୋଇଛନ୍ତି।

Leave A Reply

Your email address will not be published.