Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି । ଖୁସବୁ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

BjdElectrycity

ସେ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ବେଳେ ତାଙ୍କ ସ୍ୱରକୁ ଚାପି ଦିଆଯାଉଛି। ଯେଉଁମାନେ ଲୋକଙ୍କ ସହ ନ ରହି କେବଳ କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଆମ ଭଳି ଲୋକ, ଯେଉଁମାନେ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ସେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ନୋ କମେଣ୍ଟ କହି ଚାଲି ଯାଇଥିଲେ। ହେଲେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁସବୁ ପଦ୍ମ ଧରିବେ। ଏଥିସହ ଦଳ ତାଙ୍କୁ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.