Latest Odisha News

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ; ଚଳଚଞ୍ଚଳ ଘଟଗାଁ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝର: ଆଜିଠୁ କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ । ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା । ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମା’ । ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି । ମା’ ଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ପୋଲିସ ପ୍ରସାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ଆଜି ଭୋର ସାଢେ ଚାରିଟା ସମୟରୁ ସେବାୟତ ମାନେ ମାଆଙ୍କୁ ପ୍ରଥମେ ମାଜଣା କରିବା ପରେ ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା କରିବାପରେ ସୁନାବେଶ ରେ ସଜାଇଥାନ୍ତି । ତେବେ ଚଇତିରେ ମାଆଙ୍କ ସୁନାବେଶ ଓ ଆଜି ମଙ୍ଗଳବାର ପଡୁଥିବାରୁ ଏହି ଦିନ ମାଆଙ୍କ ଦର୍ଶନ କଲେ ଅଶେଷ ପୂର୍ଣ୍ଣ୍ୟର ଅଧିକାରୀ ହୋଇଥାନ୍ତି ଭକ୍ତ ।

ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି ।

Comments are closed.