Latest Odisha News

BREAKING NEWS

ଚୈତ୍ର ନବରାତ୍ରୀର ନଅ ଦିନ ଏହି ଭୋଗ କରନ୍ତୁ; ମିଳିବ ବିଶେଷ କୃପା

ଭୁବନେଶ୍ବର:ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି, ଯାହା ୬ଏପ୍ରିଲରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ ଭଗବତୀଙ୍କର ନଅ ସ୍ବରୂପଙ୍କ ପୂଜା କରାଯାଏ । ନବରାତ୍ରୀରେ ବ୍ରତ କରି ମା’ଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ତେବେ ଜାଣିଛନ୍ତି କି ନବରାତ୍ରୀର ଏହି ନଅ ଦିନରେ ମା’ଙ୍କ ପାଖରେ କେଉଁ କେଉଁ ଭୋଗ କରିବା ଉଚିତ୍..

-ନବରାତ୍ରୀର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କ ପୂଜା କରାଯାଏ । ଏହି ଦିନ ମା’ଙ୍କ ପାଖରେ କ୍ଷୀର ଏବଂ ଘିରେ ନିର୍ମିତ ଧଳା ରଙ୍ଗର ମିଠା ଭୋଗ ଲଗାଇବେ ।

-ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ । ସେହିଦିନ ମା’ଙ୍କ ପାଖରେ ଚିନି/ଗୁଡର ଭୋଗ ଲଗାନ୍ତୁ ।

-ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବାବେଳେ କ୍ଷୀରରେ ପ୍ରସ୍ତୁତ ଭୋଗ ଅର୍ପଣ କରନ୍ତୁ ।

-ଚତୁର୍ଥ ଦିନ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ଏହି ଦିନ ମାଲପୁଆ ଭୋଗ କରନ୍ତୁ ।

-ମାତା ସ୍କନ୍ଦମାତାଙ୍କୁ ନବରାତ୍ରୀର ପଞ୍ଚମ ଦିନରେ ପୂଜା କରାଯାଏ । ସେହି ଦିନ ମା’ଙ୍କ ପାଖରେ କଦଳୀ ଭୋଗ କରନ୍ତୁ ।

-ନବରାତ୍ରୀର ଷଷ୍ଠ ଦିନ ମାତା କାତ୍ୟାୟନୀଙ୍କ ପାଖରେ ମିଠା ପାନର ଭୋଗ କରିବେ । ସେହିପରି ମା କାଳରାତ୍ରୀଙ୍କୁ ସପ୍ତମ ଦିନରେ ପୂଜା କରାଯାଏ । ତାଙ୍କ ପାଖରେ ଗୁଡ ଭୋଗ କରିବେ ।

-ନବରାତ୍ରୀର ଅଷ୍ଟମ ଦିନ ମା’ ମହାଗୌରୀଙ୍କ ପୂଜା କରାଯାଇଥାଏ । ଏହି ଦିନ ମା’ଙ୍କ ପାଖରେ ନଡିଆ, ପୁରୀ ଖିରି ଭୋଗ କରନ୍ତୁ ।

-ନବରାତ୍ରୀର ନବମ ଦିନରେ ମା’ଙ୍କ ପାଖରେ ଚଣା ଏବଂ ହାଲୁଆ ଭୋଗ କରନ୍ତୁ । ନବମ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ ।

ଯଦି ଆପଣ ମଧ୍ୟ ଦେବୀ ଦୁର୍ଗାଙ୍କର ବିଶେଷ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ନବରାତ୍ରୀର ଏହି ନଅ ଦିନ ଏହି ଭୋଗ କରନ୍ତୁ ।

Comments are closed.