ଭୁବନେଶ୍ୱର: ଆମରଣ ଅନଶନରେ ବିସଲେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଏହି ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଅନଶନ ଆରମ୍ଭ କରିଛନ୍ତି ।
ଚାମେଲି ଓଝାଙ୍କ ଦୁଇଟି ପ୍ରମୁଖ ଦାବି ମଧ୍ୟରେ ରହିଛି ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ।
ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାମେଲି ।
ପୂର୍ବରୁ କେନ୍ଦ୍ରାପଡ଼ା ଏସପି ଆଫିସ ଆଗରେ ଅନଶନରେ ବସିଥିଲେ ଚାମେଲି । ଥାନା ଅଧିକାରୀ ଓ ବିଡିଓଙ୍କୁ ନିଲମ୍ବନ ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଥିଲେ ।