Latest Odisha News

BREAKING NEWS

ରାହୁଲଙ୍କ ଉପରକୁ ସାମ୍ପେନ ଠିପି ପକାଇଲେ ବିଶୃଙ୍ଖଳିତ ଦର୍ଶକ

ଲଣ୍ଡନ: ଚଳିତ ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ବଡ ଧରଣର ବିଶୃଙ୍ଖଳା ସାମ୍ନାକୁ ଆସିଛି । ଭାରତୀୟ ଓପନର ଲୋକେଶ ରାହୁଲ ଥାର୍ଡ ମ୍ୟାନ ଅଂଚଳରେ ଜଗୁଥିବା ବେଳେୂ ଉପରକୁ ଦର୍ଶକମାନେ ସାମ୍ପେନର ଠିପି ଫିଙ୍ଗିଥିଲେ । ମ୍ୟାଚର ୬୯ତମ ଓଭରରେ ଏହି ଘଟଣା ଘଟିଥିଲା ।

ରାହୁଲ ଅଧିନାୟକ ବିରାଟ କୋହଲିଙ୍କୁ ଏହା ଜଣାଇଥିଲେ । କୋହଲି ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ମ୍ୟାଚ ରେଫରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟରେ ଖବର ହସ୍ତଗତ ହେଲା ବେଳକୁ ଭାରତର ପ୍ରଥମ ଇନିଂସ ସ୍କୋର ୩୬୪ରନ ଜବାବରେ ଇଂଲଣ୍ଡ ୪ ଉଇକେଟ ବିନିମୟରେ ୨୮୦ ରନ ସଂଗ୍ରହ କରି ନେଇଛି ।

Leave A Reply

Your email address will not be published.