Latest Odisha News

BREAKING NEWS

ସରିଲା ଚନ୍ଦକା-ଡମପଡା ଅଭୟାରଣ୍ୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୬,୧୬୫ କମ୍ ଆସିଛନ୍ତି

ଭୁବନେଶ୍ବର: ଶେଷ ହେଲା ଚନ୍ଦକା-ଡମପଡା ଅଭୟାରଣ୍ୟରେ ପକ୍ଷୀ ଗଣନା । ତେବେ ଚଳିତବର୍ଷ ୧୬ ହଜାର ୬୭୫ ପକ୍ଷୀ ଆସିଥିବା ଜଣାପଡିଛି । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ଏଥର ପକ୍ଷୀଙ୍କ ଭିତରେ ୨୪ ପ୍ରଜାତିର ବିଦେଶାଗତ ଥିବାବେଳେ, ସମୁଦାୟ ୫୬ ପ୍ରଜାତିର ପକ୍ଷୀ ଆସିଛନ୍ତି ।

ତେବେ ଏହି ପକ୍ଷୀ ଗଣନା କାର୍ଯ୍ୟରେ ୧୨ ଟି ୟୁନିଟ୍ ରେ ୬୦ ଜଣ ନିୟୋଜିତ ହୋଇଥିଲେ । ଅଭୟାରଣ୍ୟର ବିଭିନ୍ନ ଜଳାଶୟ ର ୨୭ ଟି ସ୍ପଟ୍ ରେ ଗଣନା ହୋଇଥିଲା । ପ୍ରଥମେ ପ୍ରଥମେ ଘନ କୁହୁଡି ଯୋଗୁଁ ଗଣନା କାର୍ଯ୍ୟରେ ବାଧା ଦେଖାଦେଇଥିଲା । ସକାଳ ୬ ରୁ ଦିନ ୧୧ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା ।

ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ନର୍ଦ୍ଦନ ପିଣ୍ଟେଲ୍, ଟଫଟେଡ୍ ଡକ, ଗାଡଓ୍ବାଲ୍, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ରିଭର ଲାପଓ୍ବିଙ୍ଗ୍, ଗ୍ରେ ହେଡେଡ୍ ଲାଓପିଙ୍ଗ, ଓସ୍ପ୍ରେ, ଓ୍ବାଗଟେଲ୍, ସେପଟେଡ୍ ରେଡ୍ ସ୍ୟାଙ୍କ, କମନ ଟିଲ୍, ବ୍ଲାକ୍ ହେଡେଡ ଇବିସ୍, ନର୍ଦ୍ଦନ ସୋଭେଲର, ରିଭର ଟର୍ଣ୍ଣ ଆଦି ବିରଳ ପକ୍ଷୀ ଦେଖିବାକୁ ମିଲିଥିଲେ ।

ଏହି ଗଣନା କାର୍ଯ୍ୟରେ ବନକର୍ମଚାରୀଙ୍କ ସମେତ ବିଭିନ୍ନ ଏନଜିଓ, ଅହନୈତିକ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ୍ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.