Latest Odisha News

BREAKING NEWS

ଶ୍ରଦ୍ଧା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ
ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି ପୂଜା ଆରଧନା ଦରକାର । ଯଦି ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବ ତାହାହେଲେ
ମନୋକାମନା ନି୧⁄୨ୟ ପୂର୍ଣ୍ଣ ହେବ । ଶ୍ରଦ୍ଧା ଏବଂ ସମର୍ପଣ ଭାବ ମନୁଷ୍ୟକୁ ଶ୍ରେଷ୍ଠ କରିଥାଏ । କାୟ ମନ ବାକ୍ୟରେ ଶ୍ରଦ୍ଧା ଆସ୍ଥା ଓ ବିଶ୍ୱାସ ରହିଲେ ସଫଳତା ପ୍ରାପ୍ତ
ହୁଏ । ଆମେ ଧ୍ୟାନ କରୁ, ପୂଜା ପାଠ କରୁ କିନ୍ତୁ ସେଥିପ୍ରତି ଆମର ଶ୍ରଦ୍ଧା କେତେ ଅଛି ତାହା ଭଗବାନ ଦେଖୁଛନ୍ତି । ଆମେ ଆମର ମନୋକାମନା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଅଛେ ସତ, କିନ୍ତୁ ପୂର୍ଣ୍ଣ ଶ୍ରଦ୍ଧା ବିଶ୍ୱାସ ରଖି ପାରୁନାହେଁ ।

ଗୋଟିଏ ଗାଁରେ ବର୍ଷ ବର୍ଷ ଧରି ବର୍ଷା ହେଉ ନଥାଏ । ଯେପରି ବରୁଣ ଦେବତା କ୍ରୋଧିତ । ଲୋକମାନେ ବର୍ଷା ବିନା କଷ୍ଟ ପାଇଲେ । ଜଳ ହିଁ ଜୀବନ । ଦୁର୍ବିସହ ହୋଇ ପଡିଲା ଜୀବନ । ଚାଷ ବାସ ନ ହୋଇ ପାରି ପରିସ୍ଥିତି ଦୁର୍ଭିକ୍ଷ ଆଡକୁ ଗତି କଲା । ଗାଁରେ ଜଣେ ସାଧୁ ଥିଲେ । ସମସ୍ତ ଗ୍ରାମବାସୀ ସେମାନଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ । ଗାଁର ଲୋକମାନେ ସାଧୁଙ୍କୁ ଯାଇ ଏହାର ସମାଧାନ ପାଇଁ ପ୍ରାର୍ଥନା କଲେ । ସାଧୁ ଗ୍ରାମବାସୀଙ୍କ କଥାକୁ ଗ୍ରହଣ କଲେ କିନ୍ତୁ ସମସ୍ତଙ୍କୁ ଏକ ପ୍ରଶ୍ନ ପଚାରିଲେ, ‘ତୁମେ ଭଗବାନଙ୍କୁ ବିଶ୍ୱାସ କର କି?’ ସମସ୍ତେ ‘ହଁ’ ଭରିଲେ । ତାହାପରେ ସାଧୁ କହିଲେ- ଆସନ୍ତା ସୋମବାର ଦିନ ଆମେ ସମସ୍ତେ ବର୍ଷା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା । ତୁମର ସମ୍ପୂର୍ଣ୍ଣ ବିଶ୍ୱାସ ରହିବା ଉଚିତ୍ ଯେ ଭଗବାନ ନିଶ୍ଚିତ ଭାବରେ ଆମର ପ୍ରାର୍ଥନା ଶୁଣିବେ । ତେଣୁ ଆପଣମାନେ ସୋମବାର ଦିନ ଶିବ ମନ୍ଦିରକୁ ଆସନ୍ତୁ । ହୃଦୟରୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଶ୍ରଦ୍ଧା ଏବଂ ବିଶ୍ୱାସ ରଖନ୍ତୁ ଈଶ୍ୱର ତୁମର ପ୍ରାର୍ଥନା ନିଶ୍ଚୟ ଶୁଣିବେ । ସମସ୍ତ ଗ୍ରାମବାସୀ ସୋମବାର ଦିନ ମନ୍ଦିରରେ ଉପସ୍ଥିତ ରହି ପ୍ରାର୍ଥନା କଲେ । ବରୁଣ ଦେବତାଙ୍କ ସନ୍ତୁଷ୍ଟି ନିମିତ୍ତ ପୂଜାର୍ଚ୍ଚନା ଚାଲିଲା । ଦୀର୍ଘ ସମୟ ଧରି ଏସବୁ ଚାଲିଲା କିନ୍ତୁ ବର୍ଷା ହେଲା ନାହିଁ । ସମସ୍ତେ ଧୈର୍ଯ୍ୟହରା ହେଲେ । ସାଧୁଙ୍କ ନିକଟକୁ ଯାଇ ପଚାରିଲେ?
ମହାରାଜ! ଆମେ ଆପଣଙ୍କ କଥାରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲୁ, କିନ୍ତୁ ବର୍ଷା ହେଲା ନାହିଁ, କାହିଁକି ?

ସାଧୁ ମହାରାଜ ବିଷମ ସମସ୍ୟାରେ ପଡିଲେ । ସେ କିଛି ସମୟ ଏ ବିଷୟରେ ଚିନ୍ତା କଲେ । ତାହାପରେ ଗ୍ରାମବାସୀଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ ? ମନ୍ଦିରକୁ ଆସିବାବେଳେ ଆପଣମାନଙ୍କ ମଧ୍ୟରୁ କେତେଜଣ ଛତା ଆଣିଛନ୍ତି? କିଏ ହେଲେ ଛତା ଆଣି ନଥିବା ପ୍ରକାଶ କଲେ । ଏହା ଶୁଣି ସାଧୁ ଜଣକ ଲୋକମାନଙ୍କୁ କହିଲେ, ତୁମର ଭଗବାନଙ୍କ ଉପରେ କେତେ ବିଶ୍ୱାସ ଓ ଆସ୍ଥା ଅଛି? ଯେତେବେଳେ
ତୁମ୍ଭେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଅଛ ସେତେବେଳେ ତୁମର ପୂର୍ଣ୍ଣ ବିଶ୍ୱାସ ରହିବା ଉଚିତ୍ ଯେ ମୋର ପ୍ରାର୍ଥନା ଭକ୍ତି ଆରାଧନା । ଶ୍ରଦ୍ଧାରେ ଭଗବାନ ଦୟା କରିବେ ଏବଂ ବର୍ଷା ନିଶ୍ଚିତ ହେବ । ଯଦି ତୁମର ବିଶ୍ୱାସ ଥାଆନ୍ତା ତାହାହେଲେ ଓଦା ହୋଇଯିବି ବୋଲି ଭାବି ତୁମେ ମନ୍ଦିରକୁ ଆସିବା ସମୟରେ ଏକ ଛତା ଆଣିଥାନ୍ତ କିନ୍ତୁ ଭଗବାନଙ୍କ ଉପରେ ତୁମର ବିଶ୍ୱାସ ଓ ଶ୍ରଦ୍ଧା ନଥିଲା । ସେଥିପାଇଁ କେହି ଏକ ଛତା ଆଣି ନଥିଲେ । ଯେତେବେଳେ ମନରେ ବିଶ୍ୱାସ ନାହିଁ, ସେତେବେଳେ ଏହାର କିପରି ଫଳାଫଳ ପାଇବ? ସମସ୍ତ ଗ୍ରାମବାସୀ ସେମାନଙ୍କର ଭୁଲ୍ ଅନୁଭବ କଲେ । ଏହା ଆମ ଜୀବନରେ ମଧ୍ୟ ଘଟେ । ଆମର ଈଶ୍ୱରଙ୍କ ଉପରେ ବିଶ୍ୱାସ ଏବଂ ଭରସା ଅଛି, କିନ୍ତୁ ଆମେ ତାଙ୍କ ଉପରେ ପୂର୍ଣ୍ଣ ସମର୍ପିତ ହୋଇ ପାରୁ ନାହୁଁ । ଏହି ମୂଖ୍ୟ କାରଣ ଭଗବାନଙ୍କ ସତ୍ତା ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ନାହିଁ । ଏହି ସନ୍ଦେହ ଆମର ସଂକଳ୍ପକୁ ପୂରଣ କରି ଦିଏ ନାହିଁ ।

 

Leave A Reply

Your email address will not be published.