ପୁରୀ:ଗତକାଲି ପ୍ରବଳ ପବନ ଯୋଗୁଁ ଦିନ ଚାପ ବନ୍ଦ ଥିଲା । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ମଧ୍ୟ ହୋଇପାରିନଥିଲା । ଆଜି ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ମହାପ୍ରଭୁଙ୍କ ଚାପ ନୀତିକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶୃତି ଦେଇଛନ୍ତି । ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।
ସୂଚନାଥାଉକି,ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ପାରିଲେନି ଠାକୁର। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଘଟିଛି ଏଭଳି ଘଟଣା ଘଟିଛି। ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଥିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ। । ମହାପ୍ରଭୁ ଚାପ ରେ ବିଜେ ହୋଇ ସାରିଥିବାବେଳେ ଜଳକ୍ରୀଡା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଚାପ ଉପରେ ଉପସ୍ଥିତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଗୋଟିଏ ସେବାୟତ ଗୋଷ୍ଠୀ ଚାପ ଉପରେ ରହିବା ପାଇଁ ରେକର୍ଡ ଅଫ୍ ରାଇଟ ରେ ଥିବା ଦାବି କରିଥିବା ବେଳେ ଅନ୍ୟ ଏକ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଯାହାଫଳରେ ବିବାଦ ଉଗ୍ରରୂପ ଧାରଣ କରିବା ଫଳରେ ରାତ୍ରି ଚାପ ଅନୁଷ୍ଠିତ ହୋଇପାରିନଥିଲା। ସମସ୍ୟାର ସମାଧାନ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଠାକୁରଙ୍କ ଚାପ ଖେଳ ଦର୍ଶନ କରିନପାରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରଦ୍ଧାଳୁ।
Comments are closed.