Latest Odisha News

BREAKING NEWS

ଚନ୍ଦ୍ର ଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ନିଯୁକ୍ତ 

ଭୁବନେଶ୍ୱର: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ର ଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ ମଙ୍ଗଳବାର ଦିନ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର।

ଏନେଇ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସେ ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

 

Comments are closed.