Latest Odisha News

BREAKING NEWS

ଚନ୍ଦ୍ରଶେଖର ଆଜାଦଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ପ୍ରସିଦ୍ଧ ସଂଗ୍ରାମୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ଚନ୍ଦ୍ରଶେଖର ଆଜାଦ ।

ସେ ଥିଲେ ସହିଦ ଭଗତ ସିଂହଙ୍କ ଗୁରୁ ତଥା ‘ହୁନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍‌’ର ପ୍ରତିଷ୍ଠାତା ।

୧୯୩୧ ମସିହା ଫେବୃଆରୀ ୨୭ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

ମାତ୍ର ୧୫ ବର୍ଷ ବୟସରେ ଗାନ୍ଧୀଜୀଙ୍କ ଡାକରାରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ମଧ୍ୟ କାରାବରଣ କରିଥିଲେ । ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସ ରଖୁଥିବା ରାମ ପ୍ରସାଦଙ୍କ ସମ୍ମୁଖରେ ଜଳନ୍ତା ବତି ଉପରେ ହାତ ରଖି ଆଜାଦ ନିଜର ଦୃଢ ଶକ୍ତି ଓ ସଙ୍କଳ୍ପର ପରିଚୟ ଦେଇଥିଲେ ।

ଲକ୍ଷ୍ୟ ଭେଦ ତଥା ବନ୍ଧୁକ ଚାଳନାରେ ପାରଙ୍ଗମ ଥିବା ଆଜାଦ ସୁଖଦେୱ ରାଜଙ୍କୁ ଭେଟିବା ଲାଗି ଇହ୍ଲାବାଦ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ପୋଲିସ ତାଙ୍କୁ ଘେରିଯାଇଥିଲା । ସେହି ସଂଘର୍ଷରେ ଆଜାଦଙ୍କ ଗୁଳିରେ କିଛି ପୋଲିସ କର୍ମୀ ପ୍ରାଣ ହରାଇଥିବା ବେଳେ ସେ ନିଜକୁ ମଧ୍ୟ ଗୁଳି ମାରି ସହିଦ ହୋଇଥିଲେ ।

ପୋଲିସଙ୍କ ଦ୍ୱାରା ବନ୍ଦୀ ହେବା ଅପେକ୍ଷା ସେ ଦେହତ୍ୟାଗ କରିବାକୁ ଶ୍ରେୟସ୍କର ମଣିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ମୃତିରେ ଆଲଫ୍ରଡ୍ ପାର୍କକୁ ‘ଚନ୍ଦ୍ରଶେଖର ଆଜାଦ ଉଦ୍ୟାନ’ ଭାବେ ନାମିତ କରାଯାଇଥିଲା ।

ସେ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।

 

Leave A Reply

Your email address will not be published.