Latest Odisha News

BREAKING NEWS

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ।

ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି ଗୁରୁବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ।

ସେମାନେ ଗତ ବୁଧବାର ଦିନ ଜାହାଜରୁ ବାହାରିଥିଲେ ।

ଏହି ଯୁବ ଇଞ୍ଜିନିୟରଙ୍କ ଘର ପୁରୁଣା ବ୍ରହ୍ମପୁର ସ୍ଥିତ ପାଣ୍ଡରାରେ ହୋଇଥିବା ବେଳେ ସେ ଗୁରୁଗ୍ରାମର ଏକ ଫାର୍ମରେ କାର୍ଯ୍ୟରତ ଥିଲେ । ଗତ ଜାନୁଆରୀ ୧୦ ତାରିଖ ଦିନ ସେ ଓ ତାଙ୍କର କିଛି ସହକର୍ମୀ ଏକ ପ୍ରୋଜେକ୍ଟ ଲାଗି ମାଲେସିଆ ଗସ୍ତରେ ଯାଇଥିଲେ । ଉକ୍ତ ପ୍ରୋଜେକ୍ଟ ସରିବା ପରେ ସେମାନେ ଭିଏତନାମା ଯାଇ ଜାହାଜରେ ଚଢିଥିଲେ ।

ପରବର୍ତ୍ତୀ ସମୟରେ ଗତ ଫେବୃଆରୀ ୪ ତାରିଖରେ ଜାପାନର ଏହି ଜାହାଜକୁ ‘ଡାଇକୋକୁ ପିଅର କ୍ରୁଜ୍ ଟର୍ମିନାଲ’ରେ ଅଟକ ରଖାଯାଇଥିଲା । ଯେତେବେଳେ ଜଣେ ହଂକଂର ବ୍ୟକ୍ତି ଭାଇରସ୍ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଟେଷ୍ଟ ରିପୋର୍ଟ ପଜେଟିଭ ବାହାରିଥିଲା ।

 

ଏନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ କରିବା ସହ ଜାପାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.