Latest Odisha News

BREAKING NEWS

ଆନ୍ଧ୍ରରେ ଟିଡିପି କରିବ ସରକାର ଗଠନ, ୯ରେ ଶପଥ ନେବେ ଚନ୍ଦ୍ରବାବୁ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ । ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୋଟ ୧୭୫ ଆସନ ମଧ୍ୟରୁ ୧୩୩ରେ ବିଜୟ ହାସଲ କରି ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଟି ଆସନରେ ବିଜୟ ମିଳିଛି ।

ସେହିପରି ଶାସକ ଦଳ ତଥା ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ମାତ୍ର ୧୦ଟି ଆସନରେ ଜିତିଛି ।

ଏହି ବିଜୟ ପରେ ଟିଡିପିର ଦଳୀୟ ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ବିଜୟ ପରେ ଆସନ୍ତା ଜୁନ୍ ୯ ତାରିଖରେ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ମେ’ ୧୩ ତାରିଖରେ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Comments are closed.