Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ଚନ୍ଦ୍ରବାବୁ ନାଇଡୁ। ଚନ୍ଦ୍ରବାବୁ ନାଇଡୁଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଏସ. ଅବଦୁଲ ନଜୀର। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୱନ କଲ୍ୟାଣ। ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ହେଲେ ଉପମୁଖ୍ୟମନ୍ତ୍ରୀ ।

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚନ୍ଦ୍ରବାବୁ। ରାଜ୍ୟପାଳ ଏସ. ଅବଦୁଲ ନଜୀର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ନାଇଡୁ ସରକାରରେ ଟିଡିପିରୁ ୨୧, ଜନସେନାରୁ ଦୁଇ ଓ ବିଜେପିରୁ ଜଣେ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଓ ଏନଡିଏ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଥିଲେ।

Comments are closed.