ବେଙ୍ଗାଲୁର: ଚନ୍ଦ୍ରାୟଣ-୩ ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଚନ୍ଦ୍ରାୟଣ-୨ର ବିଫଳ ପରୀକ୍ଷଣ ପରେ ପୁଣି ଅଣ୍ଟା ସଲାଖି ଛିଡ଼ା ହେବାକୁ ଚେଷ୍ଟା କରୁଛି ଇସ୍ରୋ ।
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇସ୍ରୋ ।
ଏହି ମିଶନ ପାଇଁ ଇସ୍ରୋ ମୋଟ୍ ୬୬୬ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କୁ ୭୫ କୋଟି ଟଙ୍କାର ସହାୟତା ମାଗିଥିବା ସୂଚନା ମିଳିଛି ।
ଏଥିରୁ ୬୦ କୋଟି ଟଙ୍କା ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ଅନ୍ୟ କିଛି କାମରେ ଖର୍ଚ୍ଚ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ବାକି ୧୫ କୋଟି ଟଙ୍କା ରାଜସ୍ୱ ବ୍ୟୟ ଭିତ୍ତିରେ ମଗା ଯାଇଛି।
ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଯାନ-୩କୁ ଇସ୍ରୋ ଆସନ୍ତା ବର୍ଷ ନଭେମ୍ବର ମାସରେ ଲଞ୍ଚ୍ କରିବାକୁ ଯୋଜନା କରିଛି।
Comments are closed.