ନୂଆଦିଲ୍ଲୀ:ଚନ୍ଦ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଲା ଚନ୍ଦ୍ରଯାତ୍ର -୩ । ଚନ୍ଦ୍ରଯାନର ସେ ପ୍ରଥମ ପାଦ ଚିହ୍ନ ସବୁଦିନ ପାଇଁ କହିବ ଭାରତୀୟ ବୈଜ୍ଞାନିକଙ୍କ ଚମତ୍କାର ଜ୍ଞାନ କୌଶଳର କାହାଣୀ ।
ବୁଧବାର ସଫଳତାର ସହ ସପ୍ଟ ଲାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଲାଣ୍ଡର ବିକ୍ରମ ଗତକାଲି ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ରଖିଛି ପାଦ । ତାର ପ୍ରଥମ ପାଦର ଚିହ୍ନ ଜହ୍ନ ମାଟିରେ ରହିଛି । ତାର ପାଦରେ ଲାଗିଥିବା ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଚିହ୍ନ ଜହ୍ମମାଟିରେ ପଡିଛି । ଜାତୀୟ ପ୍ରତୀକ ସହ ଏଥିରେ ରହିଛି ଇସ୍ରୋର ଚିହ୍ନ । ଏହି ଚିହ୍ନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ରହିବ ଆଉ କହିବ ଜୟ ଭାରତ… । ଯେହେତୁ ଚନ୍ଦ୍ରପୃଷ୍ଠରେ ଏୟାର ନାହିଁ ତେଣୁ ଏହି ଅଶୋକ ସ୍ତମ୍ଭ ଏବଂ ଇସ୍ରୋର ଚିହ୍ନ ଏଠାରେ ସବୁଦିନ ପାଇଁ ରହିବ ।
ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ ଅବତରଣ କରିବା ପରେ ଧୀରେ ଧୀରେ ଲାଣ୍ଡର ବିକ୍ରମରୁ ବାହାରିଥିଲା ପ୍ରଜ୍ଞାନ ରୋଭର । ପ୍ରଜ୍ଞାନ ରୋଭରର ଚକରେ ଲାଗିଥିଲା ଏହି ଜାତୀୟ ପ୍ରତୀକ ଓ ଇସ୍ରୋର ଚିହ୍ନ । ଯାହା ଚନ୍ଦ୍ରପୃଷ୍ଠରେ ରହିଗଲା ସବୁଦିନ ପାଇଁ । ଏହାର ଏକ ଫଟୋ ଇସ୍ରୋ ପକ୍ଷରୁ ଜାରି କରାଯାଇଛି । ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ଗଡିବା କ୍ଷଣି ଏହି ପ୍ରିଣ୍ଟ ପଛରେ ଛାଡି ଯାଇଛି ।
Comments are closed.