Latest Odisha News

BREAKING NEWS

ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସନ୍ତା ୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ: ଇସ୍ରୋ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO) ପରିଦର୍ଶନ କରିବେ ମୋଦି । ସେଠାକୁ ଯାଇ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପାଇଁ ଏହାର ବୈଜ୍ଞାନିକ ଓ ପୁରା ଟିମକୁ ଅଭିନନ୍ଦନ ଜଣାଇବେ । ବର୍ତ୍ତମାନ ମୋଦି ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ।

ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ମାତ୍ରେ ମୋଦି ଜୋହନ୍ସବର୍ଗରୁ ଫୋନ କରି ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଖୁବଶୀଘ୍ର ସାମ୍ନାସାମ୍ନି ଦେଖା ହୋଇ ଅଭିନନ୍ଦନ ଜଣାଇବେ ବୋଲି କହିଥିଲେ । ତେବେ ଗତ ସନ୍ଧ୍ୟାରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇସ୍ରୋକୁ ଯାଇ ଏସ୍ ସୋମନାଥ ଓ ବୈଜ୍ଞାନିକ ଟିମକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମହୀଶୂର ପେଟା(ପଗଡି) ପିନ୍ଧାଇ ଫୁଲମାଳ ଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦେଶ ଗସ୍ତରୁ ଫେରିବା ପରେ ମୋଦି ଆସନ୍ତା ୨୬ ତାରିଖ ଦିନ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ପରିଦର୍ଶନ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବେ । ସେ ବେଙ୍ଗାଲୁରୁରେ ଶନିବାର ସନ୍ଧ୍ୟା ୬ଟାରେ ପହଞ୍ଚିବେ ଓ ୭ଟା ବେଳକୁ ଇସ୍ରୋ ଯିବେ । ସେଠାରେ ଦୀର୍ଘ ୨ ଘଣ୍ଟା କାଳ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା ହେବେ । ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ଶୁଭେଚ୍ଛା ଦେବା ପରେ ସେହି ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି ।

Leave A Reply

Your email address will not be published.