Latest Odisha News

BREAKING NEWS

ପ୍ରଥମ ପ୍ରତିବନ୍ଧକ ପାର କଲା ପ୍ରଜ୍ଞାନ:  ଚନ୍ଦ୍ରର ତାପମାତ୍ରା ବିଷୟରେ ଦେଲା ସୂଚନା

ବାଙ୍ଗାଲୋର: ଚନ୍ଦ୍ରଯାନ-୩ ତାର ଯାତ୍ରା ଜାରି ରଖିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଜ୍ଞାନ ରୋବର ଚନ୍ଦ୍ରରେ ପ୍ରଥମ ବାଧା ଅତିକ୍ରମ କରିଛି । ପ୍ରଜ୍ଞାନ ରୋବର ୧୦୦ କିମି ବ୍ୟାପି ଥିବା ବିରାଟ ଗାତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ବେଙ୍ଗାଲୁର ସ୍ଥିତ ଇସ୍ରୋ କଣ୍ଟ୍ରୋଲ ରୁମରେ ବସିଥିବା ବୈଜ୍ଞାନିକମାନେ ଆଶ୍ୱସ୍ତ ହୋଇଛନ୍ତି ।  ଚନ୍ଦ୍ରଯାନ-୩ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ପି ବୀରମୁଥୁବେଲଙ୍କ କହିବା ଅନୁଯାୟୀ, ଜହ୍ନରେ ଏବେ ପ୍ରଜ୍ଞାନକୁ ଅନେକ ଚାଲେଞ୍ଜଙ୍କୁ ସାମ୍ନା କରିବାକୁ ପଡିବ । ତେବେ ରବିବାର ବିକ୍ରମ ଲାଣ୍ଡରରେ ଲାଗିଥିବା ଚାସ୍ତେ ମୋଡ୍ୟୁଲ ଡାଟା ପ୍ରଦାନ କରିଛି । ଜହ୍ନର ପୃଷ୍ଟଭୂମି ଏବଂ ଭିତରେ ଥିବା ତାପମାତ୍ରା ମଧ୍ୟରେ କେତେ ଭିନ୍ନତା ରହୁଛି ତାହାର ଟିକିନିଖି ହିସାବ ଦେଇଛି ।

ଏଥିରୁ ଜଣାଯାଇଛି, ଜହ୍ନର ପୃଷ୍ଣଭୂମିରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଥିବାବେଳେ ୮ସେଣ୍ଟିମିଟର ଗଭୀରକୁ ଗଲେ ଏହା ତାହାର ତାପମାତ୍ରା ୧ହ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରାରେ ବିବିଧତା ଦେଖିବାକୁ ମିଳିଛି । ଇସ୍ରୋ ପକ୍ଷରୁ ଏନେଇ ଏକ ଗ୍ରାଫ ଜାରି କରାଯାଇଛି । ସୂଚନା ଅନୁସାରେ, ଚନ୍ଦ୍ର ପୃଷ୍ଟରେ ତାପାମାତ୍ରା ପାଖାପାଖି ୭୦ ଡିଗ୍ରୀ ସେଲସିୟସ । ହେଲେ ମାତ୍ର ୮୦ ମିଲିମିଟର ଗଭୀରତକୁ ଗଲେ ଏହାର ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଉଛି । ଏଠାରେ ତାପମାତ୍ରା ୧୦ ଡିଗ୍ରୀ ରହୁଛି । ତାପମାତ୍ରାରେ ଏପରି ବିବିଧତା ଦେଖି ବୈଜ୍ଞନିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଜହ୍ନର ଦକ୍ଷିଣମେରରୁ ଆଖପାଖରେ ଥିବା ମାଟିର ତାପାମାତ୍ରାକୁ ମାପି ଚାସ୍ତେ ପେଲୋଡ ତାର ପ୍ରଥମ ଅନୁସନ୍ଧାନ ଆରମ୍ଭ କରିଛି । ଇସ୍ରୋର ବରିଷ୍ଠ ବୈଜ୍ଞାନିକ ବିଏଚଏମ ଦାରୁକେଶଙ୍କ କହିବା ଅନୁଯାୟୀ, ଆମେ ଭାବିଥିଲୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ୨୦ରୁ ୩୦ ଡିଗ୍ରୀ ଭିତରେ ଥିବ । କିନ୍ତୁ ଏହା ଯଥଷ୍ଟ ଅଧିକ । ବିଶେଷକରି ତାପମାତ୍ରାରେ ବିବିଧତା ମଧ୍ୟ ଆହୁରି ରୋଚକ । ପୃଥିବୀରେ ୨-୩ ସେଣ୍ଟିମିଟର ଗଭୀରତାରେ ତାପମାତ୍ର ଅତିବେଶୀରେ ୨-୩ ଡିଗ୍ରୀ ସେଲସିୟସ ତଫାତ ଦେଖିବାକୁ ମିଳିଥାଏ । ହେଲେ ଚନ୍ଦ୍ରରେ ଏହା ୫୦ ଡିଗ୍ରୀ ପାଖାପାଖି ।

ଇସ୍ରୋ ଚିଫ ଏସ ସୋମନାଥ କହିଛନ୍ତି, ଜହ୍ନର ଏମିତି ଫଟୋ ଆମ ପାଖରେ ରହିଛି ଯାହା କାହା ପାଖରେ ନାହିଁ । ସାମାନ୍ୟତମ ବ୍ୟତିକ୍ରମ ଚନ୍ଦ୍ର ଅଭିଯାନକୁ ବିଫଳ କରିଦେବାର ଆଶଙ୍କା ଥିଲା । ହେଲେ ସେମିତି କିଛି ବି ଘଟି ନ ଥିଲା ।

Leave A Reply

Your email address will not be published.