Latest Odisha News

BREAKING NEWS

ନବରଙ୍ଗପୁର ଏକବାରି ଜଙ୍ଗଲରେ ଯବାନ-ନକ୍ସଲ ଗୁଳି ବିନିମୟ: ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବୋରାଇ ଥାନା ଅଞ୍ଚଳରେ ଥିବା ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି  । ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି  । ଘଟଣା ଘଟିବା ପରେ  ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା। ଏକବାରୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଗତକାଲି ବିଳମ୍ବିତ ରାତିରେ  ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରିଥିଲେ  ।

ଉଭୟ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପୋଲିସ  ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି  ।  ମୃତ ନକ୍ସଲଙ୍କ ପରିଚୟ ଅସ୍ପଷ୍ଟ ରହିଛି  ।  ତେବେ ଘଟଣା ଘଟିବା ପରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.